ଗାଁ ଗାଁରେ ପହଞ୍ଚôବ ଡବଲ ଇଞ୍ଜିନର ସଫଳତା

ଭୁବନେଶ୍ୱର : ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୧୧ ବର୍ଷ ମଧ୍ୟରେ ଅନେକ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରାଯାଇଛି  । ସେହିପରି ଓଡିଶାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ଏକାକୀ ସରକାର ଗଠନ କରିଛି  । ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ପରେ ରାଜ୍ୟବାସୀ ଅନେକ ସୁଫଳ ପାଉଛନ୍ତି  ।  ସଂକଳ୍ପପତ୍ରର ପ୍ରତିଶ୍ରୁତିଗୁଡିକୁ ପୂରଣ କରାଯାଉଛି  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାରର ସଫଳତା ବିଷୟରେ ଓଡିଶାବାସୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ  ।
କେନ୍ଦ୍ରରେ ମୋଦି ସରକାରଙ୍କ ୧୧ ବର୍ଷ  ଓ ରାଜ୍ୟରେ ବିଜେପି ସରକାରଙ୍କ ୧ବର୍ଷ ପୂର୍ତ୍ତି ଉପଲକ୍ଷେ ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ଆଧାର କରି ବିଜେପି ଜନସାଧାରଣଙ୍କ ପାଖକୁ ଯିବ  । “ସଶକ୍ତ ଭାରତ, ସୁରକ୍ଷିତ ଭାରତ” ସମ୍ପର୍କିତ ବାର୍ତ୍ତା କାର୍ଯ୍ୟକର୍ତାମାନେ ଲୋକଙ୍କ ପାଖରେ ପହଁଚାଇବେ  । ବିଶେଷ କରି ‘ଆୟୁଷ୍ମାନ ବୟୋବନ୍ଦନ ଯୋଜନା’ରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ସମସ୍ତ ବ୍ୟକ୍ତି ଯେପରି ସାମିଲ ହେବେ ସେନେଇ ବ୍ୟାପକ କାର୍ଯ୍ୟକ୍ରମ କରାଯିବ  ।  ଡବଲ ଇଞ୍ଜିନ ସରକାରଙ୍କ ସଫଳତାର ବାର୍ତ୍ତା କାର୍ଯ୍ୟକର୍ତ୍ତାମାନେ ଲୋକଙ୍କ ପାଖରେ ପହଁଞ୍ଚାଇବେ  । ଏନେଇ ଜୁନ୍ ୯ରୁ ରାଜ୍ୟବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ସରକାର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସଂଯୋଜକ ସମୀର ମହାନ୍ତି କହିଛନ୍ତି  ।
ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପସଭାପତି ବିରଞ୍ଚô ନାରାୟଣ ତ୍ରିପାଠୀ, ସାଂସଦ ବଳଭଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ବର୍ଷ ପୂର୍ତ୍ତିି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ  । ଆଜିର ଏହି କର୍ମଶାଳାରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ପୂର୍ବତନ ଜିଲ୍ଲା ସଭାପତି, ଜିଲ୍ଲାସ୍ତରୀୟ ଟିମର ସଦସ୍ୟମାନେ ଯୋଗ ଦେଇଥିଲେ  ।  
କର୍ମଶାଳା ପ୍ରସଙ୍ଗରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହର ଏବଂ ଜିଲ୍ଲା ମୁଖ୍ୟାଳୟଗୁଡିକରେ କେନ୍ଦ୍ରମନ୍ତ୍ରୀ ତଥା କେନ୍ଦ୍ରୀୟ ନେତୃତ୍ୱମାନେ ଗସ୍ତ କରି ସାଧାରଣ ଜନତାଙ୍କୁ ଅବଗତ କରାଇବେ  । ଏହି ଅବସରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୁଦ୍ଧିଜୀବି ସମ୍ମିଳନୀ, ସାମ୍ବାଦିକ ସମ୍ମିଳନୀ, ଆଲୋଚନାଚକ୍ର ଆସନ୍ତା ୯ରୁ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ  ।