ଦୟନୀୟ ଜୀବନ, ଆବାସ ସାତ ସପନ
ଜଗତସିଂହପୁରରୁ ରଞ୍ଜନ କୁମାର ଖୁଣ୍ଟିଆ : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ମଣ୍ଡାସାହି ପଞ୍ଚାୟତ ମଧୁସୁଦନ ପୁର ଗ୍ରାମର ପ୍ରେମଲତା ମଲ୍ଲିକ ଜଣେ (୬୮) ବର୍ଷିୟା ବୃଦ୍ଧା ଜଣଙ୍କ ନିଜ ଦିବ୍ୟାଙ୍ଗ ପୁଅ ଗଣେଶଙ୍କ ସହିତ ନିଜର ମାଟି ଘର ଉପରେ ଆଜେବେଷ୍ଟ ପକାଇ ଅତି ଦୟନୀୟ ଅବସ୍ଥାରେ ଭଙ୍ଗା ଘରେ ଜୀବନ ବିତାଉଛନ୍ତି । ଏହି ଗରିବ ଅସହାୟ ପରିବାର ଭତ୍ତା ଟଙ୍କାରେ ଚଳୁଛନ୍ତି । ଯିଏ ରୋଜଗାର କରି ଘର ଚଳାଇ ଥାଆନ୍ତା ସିଏ ତ ଜନ୍ମରୁ ଦିବ୍ୟାଙ୍ଗ । ପ୍ରମଲତା ଦିବ୍ୟାଙ୍ଗ ପୁଅ ଗଣେଶ ଙ୍କ ସହିତ ବହୁତ ଦୁଃଖ କଷ୍ଟରେ ଚଳୁଛନ୍ତି । ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ଘର ଭିତରେ ଆଣ୍ଠୁଏ ପାଣି ହୋଇ ଯାଉଛି । ଏହି ପରିବାରକୁ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇନି । ଏମାନଙ୍କ ପାଇଁ ଆବାସ ସତେ ଯେମିତି ପାଲଟିଛି ସାତ ସପନ । ଏହି ଖବର ପାଇ ଆଶୀର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା, ଦୈତାରି ଭୋଇ, ସୌମ୍ୟକାନ୍ତ ଦାସ, ରଶ୍ମି ରଂଜନ ମହାନ୍ତି ପ୍ରମୁଖ ପ୍ରେମଲତାଙ୍କ ଘରେ ପହଞ୍ଚି ତାଙ୍କର ପରିସ୍ଥିତି ଦେଖି ସମସ୍ତ କାଗଜପତ୍ର ସହିତ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିବା ସହିତ ସରକାରୀ ସ୍ତରରେ ଆବାସ ଯୋଗାଇ ଦେବାକୁ ଦାବି କରିଛନ୍ତି ।