ପ୍ରଜ୍ଜ୍ୱଳଙ୍କ ବିରୋଧରେ ଏସ୍‌ଆଇଟିର ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି

ପ୍ରଜ୍ଜ୍ୱଳଙ୍କ ବିରୋଧରେ  ଏସ୍‌ଆଇଟିର  ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି

ଅଶ୍ଳୀଳ ଭିଡିଓ ମାମଲାରେ ବଢ଼ିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡାଙ୍କ ନାତି ତଥା ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଡୁଆ। ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି ହୋଇଛି। ଜେଡି(ଏସ୍‌) ଲୋକସଭା ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଗୁରୁବାର ତାଙ୍କ ବିରୋଧରେ ଏହି ନୋଟିସ୍ ଜାରି କରିଛି।

ବିଶ୍ୱର ସମସ୍ତ ଇମିଗ୍ରେସନ ପଏଣ୍ଟରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ପ୍ରଜ୍ଜ୍ୱଳ ଦେଶ ଛାଡି ଜର୍ମାନୀ ପଳାୟନ କରିବା ପରେ ଏସ୍‌ଆଇଟି ଏହି ନୋଟିସ୍‌ ଜାରି କରିଛି। ସୋସିଆଲ ମିଡିଆରେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ ହୋଇଥିଲା। ଏଥିରେ ସେ ଅନେକ ମହିଳାଙ୍କ ଯୌନ ଶୋଷଣରେ ଲିପ୍ତ ଥିବା ଦର୍ଶାଯାଇଥିଲା। ଏହାପରେ ପ୍ରଜ୍ଜ୍ୱଳ ରେଭାନ୍ନା ଦେଶ ଛାଡି ବିଦେଶକୁ ପଳାୟନ କରିଥିବା ଖବର ସାମ୍ନାକୁ ଆସିଥିଲା। ସେ ଜର୍ମାନୀରେ ଥିବା ସୂଚନା ମିଳିଛି।