ଏନସିଭିଇଟିର ସ୍ୱୀକୃତି : ଜିନ୍ଦଲକୁ ମିଳିଲା ‘ଆୱାର୍ଡିଂ ବଡି’ 

 ନୂଆଦିଲ୍ଲୀ : ଦେଶର ପ୍ରଥମ ବୃହତ ବହୁମୁଖୀ ଉଦ୍ୟୋଗ ତଥା ପ୍ରଥମ ସମନ୍ୱିତ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ, ସାର୍ଟିଫିକେଟ ପ୍ରଦାନକାରୀ ସଂସ୍ଥା (ଆୱାର୍ଡିଂ ବଡି) ଭାବେ ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ପରିଷଦ (ଏନସିଭିଇଟି)ର ସ୍ୱୀକୃତି ହାସଲ କରି ନୂଆ ମାନକ ପ୍ରତିଷ୍ଠା କରିଛି । ଏହି ସ୍ୱୀକୃତି ଦେଶବ୍ୟାପୀ ଧନ୍ଦାମୂଳକ ଶିକ୍ଷା ଏବଂ କୌଶଳ ମାନଦଣ୍ଡକୁ ଉନ୍ନତ କରିବାରେ କମ୍ପାନୀର ନେତୃତ୍ୱକୁ ପ୍ରଦର୍ଶିତ କରିବା, ଏହି ସଫତା ଭାରତୀୟ ଇସ୍ପାତ ଏବଂ ଭିତ୍ତିଭୂମି କ୍ଷେତ୍ରରେ କମ୍ପାନୀର ପ୍ରମୁଖ ଭୂମିକାକୁ ରେଖାଙ୍କିତ କରୁଛି  । ଏନସିଭିଇଟି ଓ ଜିନ୍ଦଲ ଷ୍ଟିଲ ମଧ୍ୟରେ ହୋଇଥିବା ବୁଝମଣା ଅନୁସାରେ, କମ୍ପାନିକୁ 'ଲାର୍ଜ ଇଣ୍ଡିଆନ୍ ଏଣ୍ଟର୍ପ୍ରାଇଜ୍/ଏମ୍ଏନସି' ଶ୍ରେଣୀରେ ସମଗ୍ର ଦେଶରେ ସାର୍ଟିଫିକେଟ ପ୍ରଦାନକାରୀ ସଂସ୍ଥା ଭାବେ ଅଧିକାର ପ୍ରଦାନ କରାଯାଇଛି । ଏହା ରାଷ୍ଟ୍ର-ନିର୍ମାଣ, ଦକ୍ଷତା ବିକାଶ ଏବଂ ସବୁଜ ଶକ୍ତି ଏବଂ ଆଧୁନିକ ଭିତ୍ତିଭୂମି ଆଡ଼କୁ ଭାରତର ପରିବର୍ତ୍ତନ ପ୍ରତି ଜିନ୍ଦଲ ଷ୍ଟିଲର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି  । ଏନସିଭଇଟି ଦ୍ୱାରା ‘ଆୱାର୍ଡିଂ ବଡି’ ଭାବେ ସ୍ୱୀକୃତି ମିଳିବା ଆମ ପାଇଁ ଏକ ବଡ଼ ଦାୟିତ୍ୱ, ଏହାକୁ ଆମେ ଅତି ଗମ୍ଭୀରତାର ସହ ଗ୍ରହଣ କରୁଛୁ । ଏହା ଶିକ୍ଷା ଏବଂ ତାଲିମରେ ଶିଳ୍ପ ମାନଦଣ୍ଡକୁ ସାମିଲ କରିବାର ସୁଯୋଗ ପ୍ରଦାନ କରିବ, ଯାହା ଦ୍ୱାରା ଯୁବ ଭାରତୀୟମାନେ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇଁ ଜରୁରୀ ଜ୍ଞାନ ଓ ଶୃଙ୍ଖଳା ଜ୍ଞାନ ହାସଲ କରି ଏକ ମଜଭୁତ ଦେଶ ଗଠନରେ ଯୋଗଦାନ କରିପାରିବେ”, କହିଛନ୍ତି ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ।