ଭେରାଇଟି ଷ୍ଟୋରରୁ ମୋବାଇଲ ଲୁଟ୍ ; ଦୁଇ ଲୁଟେରା ଗିରଫ


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, ୫ା୪ : ଏକ ଭେରାଇଟି ଷ୍ଟୋରରୁ ପାନୀୟ ଜଣ ପିଇବା ବାହାନାରେ ଦୋକାନରୁ ଏକ ମୋବାଇଲ ଚୋରି ହୋଇଥିବା ଅଭିଯୋଗରେ ୨ ଲୁଟେରାଙ୍କୁ ଗିରଫ କଲା ଇନଫୋସିଟି ଥାନା ପୁଲିସ । ସେମାନଙ୍କ ଠାରୁ ଏକ ମୋବାଇଲ ଓ କିଛି ଟଙ୍କା ଜବତ କରାଯାଇଛି । ଗିରଫ ୨ ଲୁଟେରା ହେଲେ, ସୁନିଲ ବିଶୋଇ ଓ ଭିମ ନାୟକ । ଆଜି ଥାନା କେସ ନମ୍ବର ୧୫୮ରେ ମାମଲା ରୁଜୁକରି ଦଫା ୩୭୯ରେ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ଗତ କାଲି ରାତିପ୍ରାୟ ୯ଟା ବେଳେ ଅଭିଯୁକ୍ତ ଦୁହେଁ ଅଭିଯୋଗକାରିଣୀଙ୍କର ଦୋକାନ ନିକଟକୁ ଆସିଥିଲେ ଏବଂ ସେଠାରେ ଥଣ୍ଡା ପାନୀୟ ପିଇବା ସହିତ ସୁଯୋଗ ଦେଖି ଦୋକାନରୁ ଅଭିଯୋଗାକରିଣୀଙ୍କର ମୋବାଇଲ ଫୋନ ଟିକୁ ନେଇ ପଳାଇଥିଲେ । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଲୁଟେରାଙ୍କୁ ଗିରଫ କରିଛି ।