ଯୁବକଙ୍କୁ ଆକ୍ରମଣ କରି ଟଙ୍କା ମୋବାଇଲ ଲୁଟ୍ ; ଲୁଟେରା ଗିରଫ
 
                                
 ଭୁବନେଶ୍ୱର, ୯ା୫ : ଏଟିଏମ ସାମ୍ନାରୁ ଯୁବକଙ୍କୁ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟ୍ । ଜଣେ ଲୁଟେରାକୁ ଗିରଫ କଲା ଭରତପୁର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ଭରତପୁର ହରପାର୍ବତୀ ବସ୍ତିର ନିଶିକାନ୍ତ ସାହୁ । ଅନ୍ୟ ଜଣେ ସହଯୋଗୀ ଫେରାର ରହିଛି ।
ସୂଚନାଯୋଗ୍ୟଯେ, ଗତ ୩ ତାରିଖ ରାତି ପ୍ରାୟ ୯ଟା ୩୦ରେ ଅଭିଯୋଗକାରୀ ସମିର ଅତ୍ତାର ଶେଖର ଭରତପୁର ତାରିଣୀ ମାର୍କେଟକୁ ଏଟିଏମରୁ ଟଙ୍କା ଉଠାଇ କିଛି ସାମଗ୍ରୀ କିଣିବା ପାଇଁ ଆସିଥିଲେ । ସେହି ସମୟରେ ଅଭିଯୁକ୍ତ ଓ ତାର ସହଯୋଗୀ ଅଭିଯୋଗକାରୀଙ୍କୁ ଆକ୍ରମଣ କରି ତାଙ୍କ ପକେଟରୁ କିଛି ଟଙ୍କା ଓ ମୋବାଇଲ ନେଇ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗକାରୀ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି ।                        
 
 Jitendra Sahu
                                    Jitendra Sahu                                 
    
             
    
             
    
             
    
             
    
 
    
 
 
 
