୩ ବେପାରୀ ଗିରଫ; ୧୨ କେଜି ଗଞ୍ଜେଇ ଜବତ

୩ ବେପାରୀ ଗିରଫ; ୧୨ କେଜି ଗଞ୍ଜେଇ ଜବତ
୩ ବେପାରୀ ଗିରଫ; ୧୨ କେଜି ଗଞ୍ଜେଇ ଜବତ


 ଭୁବନେଶ୍ୱର, ୧୯ା୧୧ : ଆଜି ସକାଳୁ କମିଶନରେଟ୍ର ୨ଟି ଥାନା ପୁଲିସ ୩ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିବା ବେଳେ, ସେମାନଙ୍କ ଠାରୁ ୧୨ କେଜି ଗଞ୍ଜେଇ, କିଛି ଟଙ୍କା ଓ ୨ଟି ବାଇକ ଜବତ କରିଛନ୍ତି । ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରୁ ନୟାପଲ୍ଲୀ ଥାନାର ଦୁଇ ଅଭିଯୁକ୍ତ ହେଲେ, ନୟାଗଡ଼ ଜିଲ୍ଲାର ସୁଶାନ୍ତ କୁମାର ସାହୁ, ସାବିତ୍ରୀ ବେହେରା ଓ ତମାଣ୍ଡୋ ଥାନାର ଅଭିଯୁକ୍ତ ହେଲା, ତମାଣ୍ଡୋ ଲକ୍ଷ୍ମୀନଗର ବସ୍ତିର ଜଗନ ସ୍ୱାଇଁ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନା ଯୋଗ୍ୟଯେ, ପୁଲିସ କମିଶନର ଓ ଡ଼ିସିପିଙ୍କ ନିଦେ୍ର୍ଦଶ କ୍ରମେ ରାଜଧାନୀ ବିଭିନ୍ନ ଥାନା ପୁଲିସ ଦିନ ରାତି ଏକ କରି ପାଟ୍ରୋଲିଂ, ଚେକିଂ ବ୍ଲକିଂ ଚଳାଇ କେମିତି ଭୁବନେଶ୍ୱରକୁ ଅପରାଧ ମୁକ୍ତ ଓ ନିଶା ମୁକ୍ତ କରିହେବ ସେନେଇ ଚାଲିଛି ଧରପଗଡ଼ ଅଭିଯାନ । ଏହାସହ ପ୍ରତେକ ଦିନ କନ୍ଧମାଳ ଜିଲ୍ଲା, କୋରାପୁଟ, ନୟାଗଡ଼, ମାଲକାନାଗିରି, ଗଞ୍ଜାମ ମୋହନା ଅଞ୍ଚଳରୁ ଚୋରା ଗଞ୍ଜେଇ ଭାୟା ଭୁବନେଶ୍ୱର ଦେଇ କରାଯାଉଥିବା ନେଇ ତାହାକୁ ନଜର ରଖିଛନ୍ତି ଡ଼ିସିପି ପିନାକ । କାରଣ ସେ ପୂର୍ବରୁ କନ୍ଧମାଳ ଜିଲ୍ଲା, ଗଞ୍ଜାମରେ ଏସପି ଭାବେ କାର୍ଯ୍ୟ ତୁଲାଇସାହିଛନ୍ତି । ଯାହାଦ୍ୱାରା କନ୍ଧମାଳରୁ କେମିତି ଅଭିଯୁକ୍ତ ମାନେ ଗଞ୍ଜେଇ ଚାଲାଣ କରିଥାନ୍ତି ତାହା ଭଲଭାବେ ଜଣାରହିଛି । ଫଳରେ ସମସ୍ତ ଥାନା ପୁଲିସକୁ ରାଜଧାନୀର ୪ ଦିଗରେ ଆର୍ଲଟ କରାଯାଇଛି । ସବୁଦିନ ପରି ଆଜି ସକାଳୁ ତମାଣ୍ଡୋ ଥାନା ପୁଲିସ କଳିଙ୍ଗ ବିହାର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ମୋ ବସ ଷ୍ଟାଣ୍ଡରେ ଜଣେ ଯୁବକ ଏକ ବ୍ୟାଗରେ ଗଞ୍ଜେଇ ନେଇ ଗ୍ରାହକ ଅପେକ୍ଷାରେ ଥିବା ବେଳେ ପୁଲିସ ଟିମ ସନେ୍ଦହ କରି ତାକୁ ଗିରଫ କରିଥିଲେ । ଚେକିଂ ବେଳେ ବ୍ୟାଗରୁ ୩ କେଜି ଗଞ୍ଜେଇ ଜବତ କରାଯାଇଛି । ସେହିପରି ନୟାପଲ୍ଲୀ ଥାନା ପୁଲିସ ମଧ୍ୟ ସିଆରପି ଛକ ଅଞ୍ଚଳରେ ପାଟ୍ରୋଲିଂ ଚଳାଇଥିବା ବେଳେ ଏକ ବାଇକରେ ଜଣେ ମହିଳା ଓ ପୁରୁଷ ମିଶି ଏକ ବସ୍ତାରେ ୮ କେଜି ଗଞ୍ଜେଇ ଧରି ଗ୍ରାହକକୁ ଅପେକ୍ଷା କରିଥିବା ସମୟରେ ମାଡିବସିଲା ଟିମ । ସେମାନଙ୍କ ତଲାସି ବେଳେ ସେମାନଙ୍କ ଠାରୁ ୮ କେଜି ଗଞ୍ଜେଇ ଜବତ କରାଯାଇଛି ।