୨୦୨୫-୨୬ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେଲା

୨୦୨୫-୨୬ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେଲା

ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହେଲା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ପେଡି ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତର ଅଷ୍ଟମ ଥର ପାଇଁ ସେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍‌ରେ ମଧ୍ୟବିତ୍ତ, ମହିଳା ଏବଂ ଗରିବଙ୍କୁ ସର୍ବାଧିକ ପ୍ରାଧାନ୍ୟ ମିଳିଛି। 

ଏହା ପୂର୍ବରୁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । ରାଷ୍ଟ୍ରପତି କେନ୍ଦ୍ରୀୟ ବଜେଟକୁ ଅନୁମୋଦନ ପ୍ରଦାନ କରିଥିଲେ ।ଏହା ପୂର୍ବରୁ ସୀତାରମଣ ପ୍ରାକ୍‌ ପ୍ରସ୍ତୁତି ଲାଗି ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଥିଲେ। ସୀତାରମଣ ରେକର୍ଡ ସ୍ବରୂପ ଲାଗାତର ଅଷ୍ଟମ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଦେଶର ଦୁର୍ବଳ ଅର୍ଥନୀତି ମୋଦୀ ସରକାର ପାଇଁ ବଡ଼ ଆହ୍ବାନ ସାଜିଥିବାବେଳେ ତାହାକୁ କିପରି ସହଜରେ ମୁକାବିଲା କରାଯାଇ ପାରିବ ସେ ନେଇ ବଜେଟରେ ବ୍ୟବସ୍ଥା କରାଯିବ। ଏଥିଲାଗି ବଜେଟ ଉପରେ ସାରା ଦେଶର ନଜର ରହିଛି। ଦରଦାର ବୃଦ୍ଧି ଏବଂ ରୋଜଗାର ହ୍ରାସ ଯୋଗୁ ମଧ୍ୟବିତ୍ତ ଶ୍ରେଣୀ ଉପରେ ବୋଝ ବଢୁଥିବାରୁ ତାହା ଉପରେ ବି ବଜେଟରେ ଗୁରୁତ୍ଵ ଦିଆଯିବାର ସମ୍ଭାବନା ରହିଛି।