ଏପର୍ଯ୍ୟନ୍ତ ମହାକୁମ୍ଭରେ ଲାଗିଛି ଭିଡ

ପବିତ୍ର ସଙ୍ଗମରେ ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ । ଏପର୍ଯ୍ୟନ୍ତ ପାଖାପାଖି ୪୧ କୋଟି ଶ୍ରଦ୍ଧାଳୁ ବୁଡ ପକାଇସାରିଲେଣି । ଆଜିକୁ ୨୮ ଦିନ ହେବ ମହାକୁମ୍ଭରେ ମେଳା ଲାଗିଛି । ଲୋକେ ପବିତ୍ର ସଙ୍ଗମରେ ବୁଡ ପକାଇ ଧନ୍ୟ ମନେ କରୁଛନ୍ତି । ମୌନି ଦୁର୍ଘଟଣାପରେ କିଛି ଦିନ ପାଇଁ ସ୍ଥିଗିତ ରଖାଯାଥିଲା ସଂସ୍କୃତିକ କାର୍ଯ୍ୟକ୍ରମ। ବର୍ତ୍ତମାନ ପୁଣି ଏହା ଆରମ୍ଭ ହୋଇଛି ।
ଲୋକେ ଦିନରାତି ଖାଲିପାଦରେ ୧୦/୧୨ କିଲୋମିଟର ଖୁସିରେ ମହାକୁମ୍ଭକୁ ଚାଲି ଆସୁଛନ୍ତି । ଲକ୍ଷ ଲକ୍ଷ ଲୋକ ସଙ୍ଗମରେ ନିଜର ତିନି ପିଢିଙ୍କ ସହ ଆସି ବୁଡ ପକାଉଛନ୍ତି । ପ୍ରଶାସନ କହିବାନୁଯାୟୀ ଯଦି ଏପରି ଭିଡ ରହିଲା ତେବେ ମହାକୁମ୍ଭ ସମାପନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬୦ କୋଟି ପାର୍ ହୋଇଯାଇପାରେ । ପୁଣି ୧୪୪ ବର୍ଷ ପରେ ଲାଗିବ ମହାକୁମ୍ଭ । ଏହି ମହାକୁମ୍ଭ ମଧ୍ୟ ୧୪୪ ବର୍ଷ ପରେ ପଡିଛି। ଯେଉଁଥିପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଛି। ରାଜ୍ୟ, ଦେଶ ଏବଂ ବିଦେଶରୁ ମଧ୍ୟ ଆସି ସଙ୍ଗମରେ ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ ।