ଆଜି ମହାସପ୍ତମୀ; ପୀଠ-ମଣ୍ଡପ ଚଳଚଞ୍ଚଳ ୮୪ବର୍ଷରେ ପଦାର୍ପଣ କଲା ରାଇସ୍ମିଲ ଦୁର୍ଗା
ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁ-ସହର ଉସôବ ମୁଖର । ଛୁଆ ଠୁ ବୁଢା ସମସ୍ତେ ମାଆଙ୍କ ଆଗମନ ଅପେକ୍ଷାରେ । ମାଆ କେଉଁ ବାହାନରେ ଆସିବେ ତାହା ଶାସ୍ତ୍ର ବିଦିତ । କିନ୍ତୁ ମାଆଙ୍କ ଦୁର୍ଗାଙ୍କୁ ପୂଜାର୍ଚ୍ଚନା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ମହାସପ୍ତମୀ ପୂଜା । ଘଟନିମ୍ମଜନ, କଳସ ଶୋଭାଯାତ୍ରା, ଘଟସ୍ଥାପନ, ଚକ୍ଷୁଦାନ ସହ ପ୍ରାଣ ପ୍ରତିଷ୍ଠାର ତିଥି । ଆଜି ଥିଲା ଷଷ୍ଠୀ ପୂଜା ବା ବିବରଣୀ । ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରାତଃ ସମୟରେ ଷଷ୍ଟୀପୂଜା କାର୍ଯ୍ୟ ସଂପର୍ଣ୍ଣ ହୋଇଛି । ମାଆଙ୍କ ପୂଜା ପାଇଁ ପୀଠ ଓ ମଣ୍ଡପ ଚଳଚଞ୍ଚଳ ହୋଇପଡ଼ିଛି । ବ୍ୟାସନଗର ପୌରାଞ୍ଚଳର କହ୍ନେଇପୁର କାଳୀମଣ୍ଡପ ଠାରେ ପ୍ରତିଷ୍ଠିତ ପୀଠ ଓ ଫେରୋକ୍ରୋମର ମାଆଙ୍କ ପୀଠରେ ବିଧି ମତେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ତେବେ ବ୍ୟାସନଗରରେ ଦୁର୍ଗାପୂଜା ଆଠରୁ ଊଦ୍ଧ୍ୱର୍ ଦଶନ୍ଧୀ ଧରି ପାଳିତ ହୋଇଆସୁଛି ।
ସର୍ବ ପ୍ରଥମେ ୮୪ବର୍ଷ ତଳେ ରାଇସମିଲରେ ମାଆ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିଲା । ଯେଉଁ ବିଶିଷ୍ଟ ବ୍ୟକ୍ତି ରାଇସମିଲରେ ଦୁର୍ଗାପୂଜାର ଶୁଭାରମ୍ଭ କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ସଦାନନ୍ଦ ନାୟକ, ଗୌରାଙ୍ଗ ସାହୁ, ରାଧାକୃଷ୍ଣ ମହାନ୍ତି, ଶଶୀଭୂଷଣ ମହାନ୍ତି, କାହ୍ନୁ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ମହାନ୍ତି । ଯେଉଁ ମାନେକି ସ୍ୱର୍ଗାରୋହଣ କରି ସାରିଛନ୍ତି । ସେମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପୂଜାର ଗୁରୁଦାୟୀତ୍ୱ ସ୍ଥାନୀୟ ବ୍ୟବସାୟୀ ମୁଣ୍ଡାଇଛନ୍ତି । ରାଇସ୍ମିଲ ଦୁର୍ଗାପୂଜା କମିଟିର ସଭାପତି ଭାବେ ଏବେ ସମାଜସେବୀ ପ୍ରଫୁଲ ବୋଇତାଇ ରହିଥିବା ବେଳେ ସଂପାଦକ ଭାବେ ବିଶିଷ୍ଟ ବ୍ୟବସାୟୀ ସତ୍ୟନାରାୟଣ ମହାନ୍ତି କାର୍ଯ୍ୟ ତୁଲାଉଛନ୍ତି । ସେହିପରି ୬୦ବର୍ଷରେ ପଦାର୍ପଣ କରିଛି ସାବଜନୀନ ଦୁର୍ଗାପୂଜା ମୁଣ୍ଡମାଳ । ଯାହାର ସଭାପତି ଦାୟିତ୍ୱରେ ଅଛନ୍ତି କୋରେଇ ବିଧାୟକ ଆକାଶ ଦାସନାୟକ, ସଂପାଦକ ଭାବେ ମନୀନ୍ଦ୍ର ଧଳ, କାର୍ଯ୍ୟକାରୀ ସଭାପତି ସୁବ୍ରତ ସେନ ରହିଛନ୍ତି । ମୁଣ୍ଡମାଳରେ ପ୍ରଥମେ ମହିଳାମାନଙ୍କ ଦ୍ୱାରା ମାଆଙ୍କ ନିକଟରେ ସିନ୍ଦୁର ଖେଳ ଆରମ୍ଭ କରିଥିଲେ । ଯାହାକି ପରେ ଅନ୍ୟ କମିଟି ଅନୁକରଣ କରିଥିଲେ । ବିଶେଷ କରି ଏଠାରେ ବଙ୍ଗୀୟ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ । ମୁଣ୍ଡମାଳ ଅଞ୍ଚଳରେ ବସବାସ କରୁଥିବା କିଛି ବଙ୍ଗୀୟ ନରେନ୍ଦ୍ର ଦତ୍ତ, ରାଇଚାନ୍ଦ ଧଳ, କୃଷ୍ଣ ଚନ୍ଦ୍ର ରାଉତ୍, ଯୁଧିଷ୍ଠିର ରାଉତ୍, ସତୀଶ ଦତ୍ତ, ସୁଧିର ସେନ, ରାମପଦ ଦାସ ୧୯୬୪ ମସିହାରେ ଏଠାରେ ପୂଜା ଆରମ୍ଭ କରିଥିଲେ । ସେହିପରି ଚୋରଦା କଣ୍ଟିଗଡ଼ିଆ ସାବଜନୀନ ଦୁର୍ଗାପୂଜା ୬୨ବର୍ଷରେ ପଦାର୍ପଣ କରିଛି । ଯାହାର ସଭାପତି ଚଳିତବର୍ଷ ସତ୍ୟଜିତ ପରିଡ଼ା, ସଂପାଦକ ଭାବେ ଜୀବନ ବାରିକ୍ ଦାୟିତ୍ୱ ତୁଲାଉଛନ୍ତି । ଯାହାଙ୍କ ପ୍ରଷ୍ଠୋରେ ପୂଜା ଆରମ୍ଭ ହୋଇଥିଲା, ସେମାନଙ୍କ ମଧ୍ୟରେ ରହିଛନ୍ତି ଗିରିଧାରୀ ବାରିକ, ସହଦେବ ବଳ, କେଶବ ମହାନ୍ତି, ଶ୍ରପତି ରାଉତ୍, ସୁନାକର ବାରିକ ପ୍ରମୁଖ । ରାଇସମିଲକୁ ଯାତ୍ରା ଦେଖିବାକୁ ଆସି ଫେରିବା ପରେ କଣ୍ଟିଗାଡ଼ିଆରେ ଦୁର୍ଗାପୂଜା କରିବାକୁ ମନ ବଳାଇଥିବା ଉପରୋକ୍ତ ଉଦ୍ୟୋକ୍ତା ମାନେ । ଷ୍ଟେସନବଜାର ଜୟଦୁର୍ଗା କମିଟି ୧୯୭୬ ମସିହାରେ ଆରମ୍ଭ ହୋଇଥିଲା । ଯାହାକି ଆଜି ୪୯ ବର୍ଷରେ ପଦାର୍ପଣ କରିଛି । ଯାହାର ସଭାପତି ସୁୁଶାନ୍ତ କୁମାର ରାଉତ୍ତରାୟ, ସଂପାଦକ ଜଗନ୍ନାଥ ସାହୁ ରହିଛନ୍ତି । ଯାହାଙ୍କ ଉଦ୍ୟମରେ ପୂଜା ଆରମ୍ଭ ହୋଇଥିଲା, ସେମାନେ ହେଲେ ରାଜେନ୍ଦ୍ର କୁମାର ପାଣିଗ୍ରାହୀ, ଦୁର୍ଯେ୍ୟାଧନ ରାଉତ୍, ଦୁଶାସନ ଜେନା, ସବର ରାଉ୍ତ, କିର୍ତ୍ତନ ବିହାରୀ ସାହୁ ଓ ସୁରେନ୍ଦ୍ର ସାହୁ । ସେହିପରି ଅଷ୍ଟଦଶ ବାର୍ଷିକରେ ପହଞ୍ଚି ନହକା ଶାରଦୀୟ ଦୁର୍ଗାପୂଜା । ସଭାପତି ବିବେକାନନ୍ଦ ରାଉତ, ସଂପାଦକ କାଳନ୍ଦୀ ମହାନ୍ତି ରହିଥିବା ବେଳେ ଏଠାରେ ଦଶହରା ଦିନ ହେଉଥିବା ସିନ୍ଦୁର ଖେଳ ବିଶେଷ ଆକର୍ଷଣୀୟ ହୋଇଥାଏ । ଶହଶହ ମହିଳା ସିନ୍ଦୁର ଖେଳରେ ସାମିଲ ହୋଇଥାନ୍ତି ।