ଏସ୍ଆଇ ପରୀକ୍ଷା ଅନିୟମିତତା : ମାଷ୍ଟରକ୍ୟାଣ୍ଟିନରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର : ପୁଲିସ୍ ଏସ୍ଆଇ ପରୀକ୍ଷା ଅନିୟମିତତା ନେଇ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଶତାଧିକ ବିଜେଡି କର୍ମୀଙ୍କ ଆନ୍ଦୋଳନ । ପରୀକ୍ଷାରେ ଅନିୟମିତତା ଧରାପଡିବା ପରେ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ମାଷ୍ଟରମାଇଣ୍ଡ କୁଆଡେ ଗଲା ବୋଲି ପ୍ରଶ୍ନକରି ବିଜେଡି ସରକାରଙ୍କୁ ଘେରିଛି । ସିବିଆଇକୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ବିଜେଡି ଦାବି କରିଛି । ବିଜେଡି କର୍ମୀମାନେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଏକତ୍ର ହୋଇ ଲୋୟର ପିଏମଜି ଅଭିମୁଖେ ରାଲି କରୁଛନ୍ତି । ପ୍ରତିରଞ୍ଜନ ଘଢେଇଙ୍କ ନେତୃତ୍ୱରେ ବିଜୁ ଯୁବ ଓ ଛାତ୍ର କର୍ମକତ୍ତାମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ଜୋରଦାର ବିକ୍ଷୋଭ କରିଛନ୍ତି ।