ଚକ୍ଷୁ ନର୍ସିଂପ୍ରଶିକ୍ଷଣ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରୁଛି ଟିଏସ୍ଏଫ

ାା ପ୍ରଭାନୁ୍ୟଜ ।ା କଳିଙ୍ଗନଗର: ଚକ୍ଷୁ ନର୍ସିଂପ୍ରଶିକ୍ଷଣ ମାଧ୍ୟମରେ ଅବହେଳିତ ସମ୍ପ୍ରଦାୟର ଯୁବତୀମାନଙ୍କୁ ସଶକ୍ତ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ବା ଟିଏସଏଫ ଉଦ୍ୟମ ଜାରୀ ରଖିଛି । ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ପକ୍ଷରୁ ମିଳିତ ଭାବେ ଚକ୍ଷୁ ନର୍ସିଂ ଆସିଷ୍ଟାଣ୍ଡ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ କଳିଙ୍ଗନଗର ଦାନଗଦୀ ଓ ସୁକିନ୍ଦା ବ୍ଲକର ୩୬ ଜଣ ଯୁବତୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଚକ୍ଷୁ ନର୍ସିଂ ଆସିଷ୍ଟାଣ୍ଡ ପ୍ରଶିକ୍ଷଣ ସଫଳ ହେବା ପରେ ୧୧ଜଣ ଯୁବତୀ ଭାରତର ପ୍ରସିଦ୍ଧଚକ୍ଷୁ କେନ୍ଦ୍ର ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ କେନ୍ଦ୍ରର ବିଭିନ୍ନ ଶାଖାରେ ନିଯୁକ୍ତି ସୁଯୋଗ ପାଇଛନ୍ତି । ଯେପରିକି ଓଡ଼ିଶାର ଭୁବନେଶ୍ୱର ସ୍ଥିତ ମିଥୁ ତୁଳସୀ ଚନରାଇ କ୍ୟାମ୍ପସ ଏବଂ ବ୍ରହ୍ମପୁର ସ୍ଥିତ ଅର୍ଜୁନ ୱାନି ଚକ୍ଷୁ କେନ୍ଦ୍ରରେ ନର୍ସ ଚାକିରୀ କରି ମାସକୁ ହାରାହାରି ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ଆକାରରେ ରୋଜଗାର କରିପାରୁଛନ୍ତି । ଅର୍ଥନୈତିକ ଏବଂ ସାମାଜିକ ସ୍ତରରେ କଷ୍ଟକର ପୃଷ୍ଠଭୂମିରୁ ଆସିଥିବା ଏହି ଯୁବତୀମାନେ ନିଜେ ନିଜର ଜୀବିକା ଅର୍ଜନ କରିପାରୁଥିବାରୁ ସେମାନଙ୍କ ପାଇଁ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଉପଲବ୍ଧି । କଳିଙ୍ଗନଗରର ଗ୍ରାମୀଣ ଓ ଆଦିବାସୀ ସମ୍ପ୍ରଦାୟର ଯୁବତୀମାନେ ସେମାନଙ୍କ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଢ଼ିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ସୁଯୋଗ ପାଇଛନ୍ତି । ଓଏନଏ କାର୍ଯ୍ୟକ୍ରମ ଶେଷ କରିବା ପରେ ଭୁବନେଶ୍ୱରର ମିଥୁ ତୁଳସୀ ଚନରାଇ କ୍ୟାମ୍ପସରେ ନର୍ସ ଭାବେ ଯୋଗ ଦେଇଥିବା ଡୁବୁରୀର ଏକ ଦୁର୍ଗମ ଗାଁର ଲିଜାରାଣୀ ମହାନ୍ତ କୁହନ୍ତି, ପିଲାବେଳୁ ମୁଁ ଏପରି ଚାକିରି ପାଇବାର ସ୍ୱପ୍ନ ଦେଖିଥିଲି ଯାହା ମୋତେ ଲୋକଙ୍କୁ ସାହାଯ୍ୟ କରିବାରେ ସାହାଯ୍ୟ କରିବ । ନର୍ସ ଚାକିରୀ ସେହି ସ୍ୱପ୍ନକୁ ପୂରଣ କରିପାରିଛି । ମୁଁ ଖୁସି ଯେ ମୁଁ ଓଏନଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅଂଶ ହେଲି କ୍ଲାସରେ ଯୋଗ ଦେଲି ଏବଂ ଉପଯୁକ୍ତ ପ୍ରଶିକ୍ଷଣ ନେଲି । ଏହା ମୋ ଜୀବନର ଲକ୍ଷ ସ୍ଥଳରେ ପହଁଚାଇବାରେ ସାହାଯ୍ୟ କରିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାସ୍ଥ୍ୟସେବାରେ ଦକ୍ଷ ବୃତ୍ତିଗତମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଭାବକୁ ପୂରଣ କରିବାକୁ ଚେଷ୍ଟା କରିବା ସହ ଚକ୍ଷୁ ରୋଗର ଅତ୍ୟାବଶ୍ୟକ ଯନô ଏବଂ ଚିକିତ୍ସାରେ ସାହାଯ୍ୟ କରୁଛି । କାଉନସେଲିଂ, ଓରିଏଣ୍ଟେସନ୍, ଲିଖିତ ପରୀକ୍ଷା ଓ ସାକ୍ଷାତକାର ଭଳି କଠୋର ପ୍ରକ୍ରିୟା ପରେ ୨୦୨୫ ବ୍ୟାଚ୍ ପାଇଁ ଆଉ ୧୦ଜଣ ଯୁବତୀଙ୍କୁ ପ୍ରଶିକ୍ଷଣ ପାଇଁ ଚୟନ କରାଯାଇଛି ।