ହାତୀ ନେଲା ଦମ୍ପତିଙ୍କ ଜୀବନ

 ବରଗଡ଼  :  ପାଇକମାଲ ଟେମେରି ପଞ୍ଚାୟତ ଧାନ୍ଦୁପାଲି ଗାଁରେ ଘଟିଛି ଅଘଟଣ  । ନିଜର ଝାଳ ବୁହା ପରିଶ୍ରମରେ କରିଥିବା ପନିପରିବା ଫସଲକୁ ରାତିରେ ଜଗିବା ପାଇଁ ସ୍ୱାମୀ ସ୍ତ୍ରୀ ଉଭୟ ରହିଥିବା ବେଳେ ଏକ ବଣୁଆ ହାତୀ ଆକ୍ରମଣରେ ଉଭୟଙ୍କ ମୃତୁ୍ୟ ହୋଇଯାଇଛି  । ମୃତକଙ୍କ ନାମ ବଳରାମ ରଣା ଏବଂ ଶଶି ରଣା । ବନବିଭାଗରେ ଏତେ ସବୁ କର୍ମଚାରୀ ନିଯୁକ୍ତି ସତ୍ତ୍ୱେ କାହିଁକି ଉକ୍ତ ଦମ୍ପତ୍ତି ବଣୁଆ ହାତୀ ବୁଲୁଥିବା ଖବର ପାଇଲେ ନାହିଁ ତାହା ତଦନ୍ତ ସାପେକ୍ଷ  । ଉକ୍ତ ପରିବାରକୁ ଅନୁକମ୍ପା ସହାୟତା ପ୍ରଦାନ ସହ ହାତୀ ଆକ୍ରମଣ ରୋକିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି  ।