ମହେଶ ବାବୁଙ୍କୁ EDର ସମନ: କରାଯିବ ଜେରା

ମହେଶ ବାବୁଙ୍କୁ EDର ସମନ: କରାଯିବ ଜେରା

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଭିନେତା ମହେଶ ବାବୁ,ତାଙ୍କୁ କିଏ ବା ନଜାଣେ । ଘରେ ଘରେ ପରିଚିତ ଏହି ଲୋକପ୍ରିୟ ଅଭିନେତାଙ୍କ ଉପରେ ଏବେ ଆଇନ୍‌ର ନଜର । ମହେଶ ବାବୁଙ୍କୁ ED ସମନ ପଠାଇଛି ।  ଏହି ସମନରେ ମହେଶ ବାବୁଙ୍କୁ ଏପ୍ରିଲ ୨୭ରେ ଏଜେନ୍ସିରେ ହାଜର ହେବାକୁ କୁହାଯାଇଛି । ଏହି ସମନ ରିଅଲ ଇଷ୍ଟେଟ୍ ନିବେଶକଙ୍କ ସହ ହୋଇଥିବା ଠକେଇ ମାମଲା ସହିତ ଜଡିତ। ସୂତ୍ର ଅନୁସାରେ, ମହେଶ ବାବୁ ସେହି ରିଅଲ୍ ଇଷ୍ଟେଟ୍ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଥିଲେ । ତେବେ ତାଙ୍କୁ ଅର୍ଥ ହେରଫେର ମାମଲାରେ ଏପ୍ରିଲ ୨୭ରେ ଜେରା କରାଯିବ । ସୂଚନା ଅନୁସାରେ ହାଇଦ୍ରାବାଦସ୍ଥିତ ରିଅଲ ଇଷ୍ଟେଟ୍ ଫାର୍ମ ସାଇ ସୂର୍ଯ୍ୟ ଡେଭଲ୍ପର୍ସ ଏବଂ ସୁରାନା ଗ୍ରୁପ୍ ସହିତ ଜଡ଼ିତ ଅର୍ଥ ହେରଫେର ମାମଲା ସହିତ ମହେଶ ବାବୁଙ୍କୁ ଏହି ସମନ ପଠାଯାଇଛି । ମହେଶ ବାବୁ ଗ୍ରୀନ୍ ମିଡୋଜ୍‌ର ବ୍ରାଣ୍ଡ ଆମ୍ବାସାଡର ଥିଲେ ।