ପରେଡ୍ ପାଇଁ ଅଭ୍ୟାସ ଚାଲିଥିବା ବେଳେ ୨ ବିମାନ ଧକ୍କା

ପରେଡ୍ ପାଇଁ ଅଭ୍ୟାସ ଚାଲିଥିବା ବେଳେ ୨ ବିମାନ ଧକ୍କା

ମାଲେସିଆରେ ବିମାନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଲୁମୁଟ ନାଭାଲ ବେସ୍‌ ଅଞ୍ଚଳରେ ଦୁଇ ବିମାନ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ନୌସେନା ପରେଡ୍ ପାଇଁ ଅଭ୍ୟାସ କରୁଥିଲେ। ଏହି ସମୟରେ ଲୁମୁଟ ନାଭାଲ ବେସର ମଝି ଆକାଶରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବିମାନରେ ଥିବା ସମସ୍ତ ୧୦ ଜଣଙ୍କର ମୃତ୍ୟୁ ଘଟିଛି।