ମମତା ମହାନ୍ତ ନିର୍ବାଚିତ
mamata mahanta Odisha BJP Rajyasabha

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନରେ ମମତା ମହାନ୍ତ ନିଦ୍ଦ୍ୱର୍ନ୍ଦ୍ୱରେ ବାଜିମାତ୍ କରିଛନ୍ତି । ବିଜେପି ନେତା ଜଗନ୍ନାଥ ପ୍ରଧାନ ନାମାଙ୍କନ ପ୍ରତ୍ୟାହାର ପରେ ମମତାଙ୍କୁ ବିଜୟୀ ଘୋଷଣା କରାଯାଇଛି । ଆଜି ସେ ବିଧାନସଭା ଯାଇ ସାର୍ଟିଫିକେଟ୍ ମଧ୍ୟ ଆଣିଛନ୍ତି ।
ସୂଚନାଯୋଗ୍ୟଯେ, ମମତା ମହାନ୍ତ ବିଜେଡ଼ିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତେବେ ନିକଟରେ ସେ ବିଜେଡ଼ି ଛାଡ଼ିବା ସହ ରାଜ୍ୟସଭା ପଦ ବି ଛାଡ଼ି ଦେଇଥିଲେ । ଫଳରେ ମମତାଙ୍କ ସ୍ଥାନରେ ନିର୍ବାଚନ ହୋଇଥିଲା । ବିଜେପି ତାଙ୍କୁ ଦଳୀୟ ଟିକେଟ ଦେଇଥିଲା । ତେବେ ତାଙ୍କ ନାମାଙ୍କନରେ ସମସ୍ୟା ଥିବା ଅନୁମାନ କରାଯାଉଥିବାରୁ ଜଗନ୍ନାଥ ପ୍ରଧାନ ଡମି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ଉଭୟଙ୍କ ନାମାଙ୍କନ କାଏମ ରହିବା ପରେ ଆଜି ଜଗା ନିଜର ନାମାଙ୍କନ ପ୍ରତ୍ୟାହାର କରିଥିଲେ । ଗୋଟିଏ ପଦବୀ ପାଇଁ ଜଣେ ପ୍ରାର୍ଥୀ ଦୌଡ଼ରେ ଥିବାରୁ ତାଙ୍କୁ ନିର୍ବାଚିତ ବୋଲି ଘୋଷଣା କରାଯାଇଥିଲା ।