ଓଡ଼ିଶା ଚାଷୀଙ୍କୁ ମୋଦୀଙ୍କ ପ୍ରଶଂସା

ଭୁବନେଶ୍ୱର: ରବିବାର ପ୍ରଧାନମନ୍ତ୍ରୀ ନିଜର ମନ କି ବାତ କାର୍ଯ୍ୟକ୍ରମରେ ଓଡ଼ିଶା ଚାଷୀଙ୍କୁ ପ୍ରଶଂସା କରିଛନ୍ତି । ଚଳିତ ବର୍ଷର ଶେଷ ମନ କି ବାତରେ ମୋଦୀ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା
ଚାଷୀଙ୍କୁ ପ୍ରଶଂସା କରିଛନ୍ତି ।
ସେ କହିଛନ୍ତି ଯେ ଦିନେ ଯେଉଁଠି ଦାଦନ ଯିବାକୁ ଭାବୁଥିଲେ, ଏବେ ତାହା ପରିବା ହବ ହୋଇଛି । କଳାହାଣ୍ଡିର ଗୋଲାମୁଣ୍ଡା ବ୍ଲକ ଆଜି ପରିବା ହବ ହୋଇପାରିଛି । ୧୦ ଜଣ ଚାଷୀ ପ୍ରଥମେ କୃଷକ ଉପôାଦ ସଂଘ(ଏଫବିଓ) ଗଠନ କରିଥିଲେ । ଏବେ ଅତ୍ୟାଧୁନିକ ପଦ୍ଧତିରେ ଚାଷ କରି କୋଟି କୋଟି ବେପାର କରୁଛନ୍ତି । ଏବେ ୨୦୦ ଏକର ଜମିରେ ଟମାଟୋ ଓ ୧୫୦ ଏକର ଜମିରେ କଲରା ଚାଷ କରୁଛନ୍ତି । ଆଧୁନିକ ପ୍ରଣାଳୀରେ ଆଳୁ ଓ ପିଆଜ ଚାଷ ଆରମ୍ଭ କରିଛନ୍ତି । ୪୫ ଜଣ ମହିଳା ଚାଷୀଙ୍କ ସମେତ ପ୍ରାୟ ୨୦୦ଜଣ ଚାଷୀ ଏଥିରେ ସାମିଲ ଅଛନ୍ତି । ପ୍ରତିଜ୍ଞା ଓ ମିଳିତ ଉଦ୍ୟମରେ ସବୁ ସମ୍ଭବ ବୋଲି ଏହା ପ୍ରମାଣିତ ହୋଇଛି ବୋଲି ମୋଦୀ କହିଛନ୍ତି ।