ଖୋ-ଖୋ ବିଶ୍ୱ ଚାମ୍ପିଅନ୍ ଭାରତ : ନେପାଳକୁ ହରାଇଲେ ପୁରୁଷ ଓ ମହିଳା ଟିମ
ଭୁବନେଶ୍ୱର: ଇତିହାସ ରଚିଲା ଭାରତ । ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ନେପାଳର ଖୋଖୋ ଦଳକୁ ପରାସ୍ତ କରି ଉଭୟ ମହିଳା ଓ ପୁରୁଷ ବର୍ଗରେ ଭାରତୀୟ ଖୋଖୋ ଦଳ ଐତିହାସିକ ବିଜୟ ହାସଲ କରିଛନ୍ତି ।
ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଜାନୁଆରୀ ୧୩ ତାରିଖ ଠାରୁ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଜି ଏହି ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ ଭାରତ ଓ ନେପାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମହିଳା ବର୍ଗରେ ୭୮-୪୦ ଏବଂ ପୁରୁଷ ବର୍ଗରେ ୫୪-୩୬ ସହ ଭାରତୀୟ ଖୋଖୋ ଦଳ ଏହି ବିଜୟ ହାସଲ କରିଛନ୍ତି । ଆଜିର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ସମୟରେ ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଉପସ୍ଥିତ ଥିଲେ । ଭାରତୀୟ ଖୋଖୋ ଦଳର ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଭୟ ମହିଳା ଓ ପୁରୁଷ ଦଳର କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନିଜର ପ୍ରତିକ୍ରିୟାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଖୋଖୋ ହେଉଛି ଆମ ନିଜ ମାଟିର ଖେଳ, ଆମ ଭାରତର ଖେଳ । ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ଖୋଖୋ ଦଳର ଏହି ଐତିହାସିକ ବିଜୟ ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ଭାରତୀୟ ଜାତୀୟ ଖୋଖୋ ଦଳର ପୃଷ୍ଠପୋଷକ ଭାବେ ଓଡ଼ିଶା ଆଜି ଗର୍ବିତ । ପ୍ରକାଶଯୋଗ୍ୟ ଯେ, ଭାରତୀୟ ମହିଳା ଖୋଖୋ ଦଳରେ ଓଡ଼ିଶାର କ୍ରୀଡ଼ାବିତ ମଗାଇ ମାଝୀ ଓ ଶୁଭଶ୍ରୀ ସିଂ ଏବଂ ପୁରୁଷ ଖୋଖୋ ଦଳରେ ଓଡ଼ିଶାର କ୍ରୀଡ଼ାବିତ ପବନୀ ଶବର ସାମିଲ ହୋଇଥିଲେ । ଭାରତୀୟ ଜାତୀୟ ଖୋଖୋ ଦଳକୁ ଓଡ଼ିଶା ସରକାର ଜାନୁଆରୀ ୨୦୨୫ ଠାରୁ ଡିସେମ୍ବର ୨୦୨୭ ପର୍ଯ୍ୟନ୍ତ ପୃଷ୍ଠପୋଷକତା (ସ୍ପନସର) ପ୍ରଦାନ କରୁଛନ୍ତି । ଏଥିପାଇଁ ବର୍ଷକୁ ୫ କୋଟି ଓ ସର୍ବମୋଟ ୧୫ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ପୃଷ୍ଠପୋଷକ ଭାବରେ ଖୋଖୋ ଓ ଖୋଖୋ କ୍ରୀଡ