ପ୍ରାଣୀ ଚିକିସôାଳୟର ନୂତନ କୋଠା କାର୍ଯ୍ୟକ୍ଷମ ହେବ କେବେ?
ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ୧ନଂ ୱାର୍ଡସ୍ଥିତ ପ୍ରାଣୀ ଚିକିସôାଳୟର ନୂତନ କୋଠା ନିର୍ମାଣ କାଯ୍ୟ ବର୍ଷକ ତଳୁ ଶେଷ ହୋଇଥିଲେ ହେଁ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇପାରିନଥିବା ଜଣାପଡ଼ିଛି । ନୂତନ କୋଠାରେ ତାଲା ଝୁଲୁଥିବା ବେଳେ ଏଠାରେ ଅବସ୍ଥାପିତ ପ୍ରାଣୀ ଚିକିସôାଧିକାରୀ ଓ କର୍ମଚାରୀମାନେ ପୂର୍ବ ପରି ବିପଦସଙ୍କୁଳ ପୁରାତନ ଗୃହରେ ବସି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ସମ୍ମୁଖ ଅଂଶ ପୂର୍ବପରି ମାଟି ଥୂବାରୁ ସାମାନ୍ୟ ବର୍ଷା ହେଲେ କାଦୁଅ ପଙ୍କରେ ଉକ୍ତ ସ୍ଥାନ କଦର୍ଯ୍ୟ ହୋଇପଡୁଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ନୂତନ ପ୍ରାଣୀ ଚିକିସôାଳୟର ସମ୍ମୁଖ ଭାଗ ରାସ୍ତା ସିମେଣ୍ଟ କଂକ୍ରିଟ କରଣ କରିବାକୁ ସାଧାରଣରେ ଦାବି ହେଉଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଳା ପ୍ରଶାସନ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି ।