ସମ୍ପତ୍ତି କହୁଛି ସଚ୍ଚୋଟତା

ସମ୍ପତ୍ତି କହୁଛି ସଚ୍ଚୋଟତା

 ନୂଆଦିଲ୍ଲୀ: ଲୋକଙ୍କ ସେବା ନାମରେ ରାଜନୀତିକୁ ଆସୁଥିବା ଜନପ୍ରତିନିଧିମାନଙ୍କ ସମ୍ପତ୍ତି ବର୍ଷକୁ ବର୍ଷ ହୁ ହୁ ବଢିଚାଲିଛି । ରାଜନୀତି ଏବେ ଏକ ଭଲ ବ୍ୟବସାୟରେ ପରିଣତ ହୋଇଛି । ସାଧାରଣରୁ କୋଟିପତି ବନାଇ ଦେଉଛି ରାଜନୀତି ।  କେଉଁ ନେତାଙ୍କ କେତେ  ସମ୍ପତ୍ତି ତାହା ସତ୍ୟପାଠରୁ ପଦାକୁ ଆସୁଛି ।  ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମ୍ପତ୍ତି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ କେତେ ସଚ୍ଚୋଟ ତାହା ତାଙ୍କ ସମ୍ପତ୍ତି କହୁଛି । ତାଙ୍କ ନାମରେ କୌଣସି ଗାଡି ନ ଥିବା ବେଳେ ଅଳଙ୍କାର ବି କିଛି ନ ଥିଲା । ଏଥିସହ ନିଜ ନାମରେ କିଛି ଜମିବାଡି ବି ମନମୋହନ କିଣି ନ ଥିବା ଜଣାଯାଇଛି । ପାଠପଢାରେ ବିଚକ୍ଷଣ ଥିବା ମନମୋନହ ସିଂହଙ୍କ ଶିକ୍ଷା ପଞ୍ଜାବରୁ ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିଲା । ନିଜ ଚାକିରି ଜୀବନ କାଳରେ ସେ ଅର୍ଥନୀତିଜ୍ଞ ଭାବେ କାମ କରିବା ସହ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରେ ଆସୀନ ହୋଇ ପାରିଥିଲେ । ଏହାପରେ ସେ ଦେଶର ଅର୍ଥମନ୍ତ୍ରୀ ସହ ଦୁଇ ଥର ପ୍ରଧାନମନ୍ତ୍ରୀ ଆସନ ବି ଅଳକୃତ କରି ସାରିଛନ୍ତି । ଏତେ କ୍ଷମତାରେ ଥାଇ ବି ମନମୋହନଙ୍କ ମୋଟ ସମ୍ପତ୍ତି କେତେ ଶୁଣିଲେ ଆପଣ ଚକିତ ହୋଇଯିବେ । କାରଣ ମନମୋହନଙ୍କ ନାମରେ କୌଣସି ଗାଡି ନ ଥିବା ବେଳେ ଅଳଙ୍କାର ବି କିଛି ନ ଥିଲା । ଏଥିସହ ନିଜ ନାମରେ କିଛି ଜମିବାଡି ବି ମନମୋହନ କିଣି ନ ଥିବା ଜଣାଯାଇଛି  । 
୨୦୧୯ ମସିହାରେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ମନମୋହନ । ସେତେବେଳେ ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୫.୭୭ କୋଟି ବୋଲି ଉଲ୍ଲେଖ କରିଥିଲେ । କିନ୍ତୁ ସବୁଠୁ ରୋଚକ କଥା ହେଉଛି ପୂର୍ବତନ ଅର୍ଥମନ୍ତ୍ରୀଙ୍କ ମୁଣ୍ଡ ଉପରେ ଗୋଟିଏ ବି ଟଙ୍କାର କରଜ ନାହିଁ । ଏଥିସହ ତାଙ୍କ ନାମରେ କାର୍ କି ଜୁଏଲାରୀ ବି ନାହିଁ ।  ତାଙ୍କର ଅଧିକାଂଶ ସମ୍ପତ୍ତି ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଛି । ଉଭୟ ମନମୋହନ ଓ ତାଙ୍କ ପନôୀଙ୍କ ନାମରେ ୭ କୋଟି ଟଙ୍କା ଜମା ଥିବା ଜଣାଯାଇଛି । ମନମୋହନଙ୍କ ପନôୀଙ୍କ ନିକଟରେ ୨.୮୬ ଲକ୍ଷ ଟଙ୍କାର ଅଳଙ୍କାର ଥିଲା । ମନମୋହନ ନିଜ ନାମରେ କିଛି ବି ସେଆର, ବଣ୍ଡ ବା ଇନ୍ସୁରାନ୍ସ ପଲିସି ବି କିଣି ନ ଥିବା ଜଣାଯାଇଛି । ମନମୋହନଙ୍କର କୌଣସି ଚାଷ ଜମି ବା ବ୍ୟବସାୟିକ ପ୍ରତିଷ୍ଠାନ ନ ଥିଲା । କିନ୍ତୁ ତାଙ୍କ ନାମରେ ଦୁଇଟି ଘର ଥିବା ସତ୍ୟପାଠରେ ଉଲ୍ଲେଖ ଅଛି । ସେଥିମଧ୍ୟରୁ ଗୋଟିଏ ଫ୍ଲାଟ ପଞ୍ଜାବର ରାଜଧାନୀ ଚଣ୍ଡୀଗଡରେ ଥିବା ବେଳେ ତାହାର ମୂଲ୍ୟ ୫.୬୪ କୋଟି ଓ ଅନ୍ୟ ଫ୍ଲାଟ ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ଅବସ୍ଥିତ ଯାହାର ମୂଲ୍ୟ ୨.୨୩ କୋଟି ।