ବଜେଟ: ୫ ବର୍ଷରେ ୭୫ ହଜାର ମେଡିକାଲ ସିଟ
ନୂଆଦିଲ୍ଲୀ: ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ । ଆସନ୍ତା ବର୍ଷ ଆଉ ୧୦ ହଜାର ମେଡିକାଲ ସିଟ ବୃଦ୍ଧି କରାଯିବ । ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର ମେଡିକାଲ ସିଟ ବୃଦ୍ଧି କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।
ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଉଛି ଏଣିକି ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ରହିବ । ସେହିଭଳି ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫୦୦ କୋଟିର ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । ଏହାଛଡ଼ା ସେ କହିଛନ୍ତି ପୁଞ୍ଜିନିବେଶ ବିକାଶର ତୃତୀୟ ଇଞ୍ଜିନ । ସକ୍ଷମ ଅଙ୍ଗନବାଡ଼ି ଯୋଜନା ଦ୍ୱାରା ଉପକୃତ ହେବେ ୮କୋଟି ପିଲା ।୧ କୋଟି ଗର୍ଭବତୀ ଓ ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ । ୧୦ ବର୍ଷରେ ମେଡିକାଲ ସିଟ ୧.୧ ଲକ୍ଷ ବୃଦ୍ଧି ଘଟିଛି । ସବୁ ଜିଲ୍ଲା ହସ୍ପିଟାଲରେ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ରହିବ ।
ଏହାଛଡ଼ା ସେ କହିଛନ୍ତି ଯେ ଏମଏସଏମଇ ବିକାଶର ଦ୍ୱିତୀୟ ଇଞ୍ଜିନ । ୭.୫ କୋଟି ଏମଏସଏମଇ କର୍ମଚାରୀଙ୍କ ଉପରେ ଫୋକସ ରହିଛି । ଏମଏସଏମଇ କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁର କରାଯିବ । ଯୁବକଙ୍କୁ ଏମଏସଏମଇ ଦ୍ୱାରା ଅଧିକ ନିଯୁକ୍ତି ଦେଇ ହେବ । ଅଣଚମଡ଼ା ଶିଳ୍ପ ଉପରେ ଏଥଣ ଫୋକସ ରହିବ । ଅଣଚମଡ଼ା ଶିଳ୍ପ ଦ୍ୱାରା ୨୨ ଲକ୍ଷ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ୱକୁ ଚକିତ କରିଛି । ଗତ ୧୦ ବର୍ଷରେ ଅନେକ ସଂସ୍କାର କରାଯାଇଛି । ଏଥର ବଜେଟରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । ମଧ୍ୟମ ଶ୍ରେଣୀର ଲୋକଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରଥମିକତା ଦିଆଯାଇଛି । କୃଷି ଉପôାଦନ ବୃଦ୍ଧି ଉପରେ ଗୁରୁତ୍ୱ ରହିଛି । ଏହାଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ । ଏଡିବୁଲ ଅଏଲରେ ଆତ୍ମନିର୍ଭର ହେବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୬ ବର୍ଷିଆ ସ୍କିମ କେନ୍ଦ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ବିହାରରେ ଏକ ମକାନା ବୋର୍ଡ ଗଠନ କରାଯିବ ।
ଏହି ମକାନା ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ । ମତ୍ସ୍ୟ ଉପôାଦନରେ ଭାରତ ସାରା ବିଶ୍ୱରେ ଦ୍ୱିତୀୟ । ଟେକ୍ସଟାଇଲ ସେକ୍ଟର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୟୁରିଆ ଉପôାଦନରେ ଦେଶକୁ ଆତ୍ମନିର୍ଭର କରିବୁ ।