ପୂର୍ବତନ ସମିତି ସଭ୍ୟଙ୍କ ବିୟୋଗ
ବ୍ରହ୍ମବରଦା: ମଙ୍ଗରାଜପୁର ପଞ୍ଚାୟତ ଲଙ୍କାବାଲିସାହି ଗ୍ରାମର ପୂର୍ବତନ ସମିତିସଭ୍ୟ ସୁଶାନ୍ତ କୁମାର ସାହୁ(୪୨)ଙ୍କ ଅକାଳ ବିୟୋଗ ଘଟିଛି । ଶ୍ରୀ ସାହୁଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କ ଅକାଳ ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ସାହୁ ଜଣେ ପରୋପକାରୀ, ମେଳାପି ଓ ଦକ୍ଷ ରାଜନୀତିଜ୍ଞ ଥିଲେ । ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଶ୍ରୀ ସାହୁ ୨୦୧୨ରୁ ୨୦୧୭ପର୍ଯ୍ୟନ୍ତ ମଙ୍ଗରାଜପୁର ପଞ୍ଚାୟତର ସମିତିସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ ।