ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ବର : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବୈଠକରେ ମନ୍ତ୍ରୀ ପରିଷଦ ସଭ୍ୟ ଓ ବିଭାଗୀୟ ସଚିବ  ଉପସ୍ଥିତ  ରହିବେ। ଏହି କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର ବାଜିବ । ଏଥି ସହିତ ୨୦୨୫-୨୦୨୬ ଆର୍ଥିକ ବର୍ଷ ବଜେଟକୁ ମଧ୍ୟ ଆଜିର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିପାରେ।

କ୍ରବାର ରାଜ୍ୟ କ୍ୟାବିନେଟ୍‌ ଓ  ମନ୍ତ୍ରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନରେ ବସିବ । ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟକୁ  ଅନୁମୋଦନ ମିଳିବ ବୋଲି  ସୂଚନା ମିଳିଛି ।ଏହାପରେ  କ୍ୟାବିନେଟ୍‌ ବୈଠକ ବସିବ ।