ବ୍ୟାସ ମିଡ଼ିଆ ଆସୋସିଏସନର ସାଧାରଣ ବୈଠକ

 ବ୍ୟାସନଗର : ବୁଧବାର ବ୍ୟାସ ପି୍ରଣ୍ଟ ମିଡିଆ ଆସୋସିଏସନର ସାଧାରଣ ପରିଷଦ ବୈଠକ ସଭାପତି ଶରତ ପଥାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସାଧାରଣ ସଂପାଦକ ଚିନ୍ତାମଣି ପାଢୀ, ବରିଷ୍ଠ ଉପଦେଷ୍ଠା ହାରାଧନ ବାନାର୍ଜୀ, ବିଜୟ କୁମାର ସାହୁ, ଉମାକାନ୍ତ ରାଉତ, ପବିତ୍ର ରଂଜନ ମହାନ୍ତି, ପ୍ରଦୁ୍ୟମ୍ନ ବୋଇତାଇ, ସୁଦିପ ମଶ୍ର, ଯଜ୍ଞଦତ୍ତ ତ୍ରିପାଠୀ, ଗ୍ୟାନରଂଜନ ରାଉତ, କୈଳାସ ରାଉତ, ଭରତ ରାଉତ, ଦୁଷ୍ମନ୍ତ ରାଉତ, ଦେବେନ୍ଦ୍ର ନାୟକ ପ୍ରମୂଖ ଉପସ୍ଥିତ ସଂଗଠନର ଆଗାମି କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିସହ ଗତ ଆର୍ଥିକ ବର୍ଷର ଆୟ-ବ୍ୟୟ ହିସାବ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ତାହା ଗ୍ରୁହିତ ହୋଇଥିଲା । ଆସୋସିଏସନ ପକ୍ଷରୁ ଆଗାମି କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା । ଯାଜପୁର ଜିଲାର ଅନ୍ୟତମ ବରିଷ୍ଠ ସାମ୍ବାଦିକ ସନ୍ଦିପ୍ତ ରାୟ ଗୁରୁତର ଅସୁସ୍ଥ ଥିବାରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯିବା ସହ ଆତଙ୍କବାଦୀ ଆକ୍ରମଣରେ ମୃତ ପର୍ଯ୍ୟଟକଙ୍କ ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ପଖାଳ ଭୋଜିର ଆୟୋଜନ କରାଯାଇଥିଲା ।