କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଧର୍ମଶାଳା : ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମିର୍ଜାପୁରସ୍ଥିତ ଶ୍ୟାମସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନ ଶିକ୍ଷକ ହରିହର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା, ଗୋକର୍ଣ୍ଣିକା ସମ୍ପାଦକ ରମାକାନ୍ତ ଜେନା, ଅବସରପ୍ରାପ୍ତ ଶିକ୍ଷକ ବ୍ରଜକିଶୋର ଦାଶ, ଓଷ୍ଟା ଜିଲ୍ଲା ସଭାପତି ସୁଦାମ ଚରଣ ପଣ୍ଡା, ସମ୍ପାଦକ ପବିତ୍ର କୁମାର ପଣ୍ଡା, ମୋ’ସ୍କୁଲ ଅଭିଯାନର ସଭାପତି ପ୍ରସନ୍ନ କୁମାର ପାଣିଗ୍ରାହୀ, କ୍ରୀଡା ଶିକ୍ଷକ ପ୍ରବୋଧ କୁମାର ସାମଲ, ଶିକ୍ଷାବିତ ପ୍ରଭାତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ମିର୍ଜାପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୂର୍ଯ୍ୟସେନ ଦାସ ମହାପାତ୍ର ୫୫୪ ଓ ଛାତ୍ରୀ ପ୍ରିୟଦର୍ଶିନୀ ଜେନା ୫୪୯ ନମ୍ବର ରଖି ଏ-୧ ଗ୍ରେଡ଼ରେ ଉତୀର୍ଣ୍ଣ ହୋଇଥିବା ବେଳେ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ପ୍ରଜ୍ଞା ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ଭାରତୀ ନାୟକ ପ୍ରମୁଖ ମାଟ୍ରିକ ପରୀକ୍ଷାରେ ଏ-୨ଗ୍ରେଡ଼ରେ ଉତୀର୍ଣ୍ଣ ହୋଇଛନ୍ତି । ଡ. ଅଜୟ ମହାପାତ୍ର ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।