ପାନୀୟ ଜଳ ଯୋଗାଣ ପାଇଁ ସମୀକ୍ଷା ବୈଠକ
କେନ୍ଦ୍ରାପଡା : ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଭୟଙ୍କର ତାତିରେ ଜିଲ୍ଲାସାରା ପାନୀୟ ଜଳ ସଙ୍କଟ ଦେଖା ଦେଇଛି । ଏହାର ମୁକାବିଲା ପାଇଁ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଗ୍ରାମ୍ୟ ଉନ୍ନୟନ ସଂସ୍ତାର ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଏକ ସମୀକ୍ଷା ବୈଠକ ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ସମସ୍ତ ବ୍ଲକର ଜେଇ, ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଅଧିକାରୀ ପ୍ରମୁଖ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ଚୂଡାନ୍ତ କରିଥିଲେ । ଜଳକଷ୍ଟ ଭୋଗୁଥିବା ଅଂଚଳ ମାନଙ୍କରେ ଥିବା ପୁରୁଣା ନଳକୂପ ଗୁଡିକର ମରାମତି କରିବା ଓ ଆବଶ୍ୟକ ସ୍ଥଳେ ନୂଆ ନଳକୂପ ବସାଇବା, ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି ।