ଜିଲ୍ଲାସ୍ତରୀୟ ଉଦ୍ୟାନ କୃଷି ସମୀକ୍ଷା ବୈଠକ

 ନୂଆପଡା :  ନୂଆପଡାରେ ଜିଲ୍ଲାସ୍ତରୀୟ  ଉଦ୍ୟାନ କୃଷି ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ୟାନ କୃଷି ଉପ ନିଦେ୍ର୍ଦଶକ ହରେକୃଷ୍ଣ ଚାନ୍ଦ ହାଂସଦାଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ  ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀ ଗଣ ଓ କ୍ଷେତ୍ର କର୍ମଚାରୀ ଯୋଗ ଦେଇଥିଲେ । ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଯେ, ଜିଲ୍ଲାରେ କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଆୟ ଦ୍ୱିଗୁଣିତ କରିବା ସହିତ ସେମାନଙ୍କ ଜୀବନ ଧାରଣମାନ ଉଦ୍ୟାନ କୃଷି ଏବଂ ଆନୁସଙ୍ଗିକ ବିଭାଗ ଜରିଆରେ ବୃଦ୍ଧି କରିବା ପାଇଁ ସମସ୍ତେ ପ୍ରୟାସରତ ହେବା । ଉପନିଦେ୍ର୍ଦଶକ ପାୱର ପଏଣ୍ଟ ପ୍ରସ୍ତୁତି ମାଧ୍ୟମରେ ବୈଠକରେ ବିଭାଗୀୟ ପ୍ରଗତିର ବିବରଣୀ ଦେଇଥିଲେ । ୨୫–୨୬ ଆର୍ଥôକ ବର୍ଷ ପାଇଁ ସମନ୍ୱିତ ଉଦ୍ୟାନ କୃଷି ଯୋଜନାରେ ଜିଲ୍ଲାରେ ୫୫ ହେକ୍ଟରରେ ଆମ୍ବ ଚାଷ, ୮ ହେକ୍ଟରରେ କଦଳୀ, ୫ହେକ୍ଟରରେ ଡାଳିମ୍ବ, ୫ ହେକ୍ଟରରେ ହାଇବ୍ରିଡ ଅମୃତଭଣ୍ଡା, ୪୫ ହେକ୍ଟରରେ ପନିପରିବା, ୨୮ହେକ୍ଟରରେ ଫୁଲ ଚାଷ ଏବଂ ୧୦ଟି ୟୁନିଟ୍ ଛତୁ ଚାଷ ହେବାର ଯୋଜନା ରହିଛି । ଏହା ସହିତ ୪୦୦ହେକ୍ଟର ବାଡବନ୍ଦି, ୩୦ହେକ୍ଟର ମଲ୍ଚିଙ୍ଗ ଏବଂ ୪ଟି ୟୁନିଟ୍ରେ ଅର୍ଗାନିକ ଫାର୍ମିଙ୍ଗ କରିବା ଯୋଜନା ଅଛି । ରାଜ୍ୟ ଭିତରେ ଅନ୍ୟ ବିଭିନ୍ନ ଜିଲ୍ଲାରେ ୧୫୦ଜଣ ଏବଂ ରାଜ୍ୟ ବାହାରକୁ ୩ ଜଣ ଚାଷୀଙ୍କୁ ଉନ୍ମତମାନର ତାଲିମ୍ ପାଇଁ ପଠାଯିବ । ଜିଲ୍ଲାର ଚାଷୀମାନଙ୍କୁ ୩୦୦ ହେକ୍ଟରରେ ବୁନ୍ଦା ଜଳସେଚନ ଏବଂ ୧୩୦୦ ହେକ୍ଟରରେ ସ୍ପ୍ରିଙ୍କଲର୍ ଦ୍ୱାରା ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ୩୦୦ ହେକ୍ଟର ରେ ପାମ୍ ଚାଷ ହେବ । ନୂତନତା ଉପରେ ଗୁରୁତ୍ୱ ଦେଇ ଷ୍ଟ୍ରବେରି ଓ ଡ୍ରାଗନ୍ ଫଳ ପରି ଲାଭକାରୀ ଫଳ ଉତ୍ପାଦନକୁ  ପ୍ରୋତ୍ସାହନ ଦିଆଯିବ ।ଏହି ସବୁ ଯୋଜନାରେ ଫେରନ୍ତା ପ୍ରବାସୀ ଶ୍ରମିକମାନଙ୍କୁ ବିଶେଷ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏହି ଅବସରରେ ଉଦ୍ୟାନ କୃଷି ବିଭାଗରେ ଉତ୍ତମ ପ୍ରଦର୍ଶନ କରିଥିବା ଚାଷୀ ଚନ୍ଦ୍ରଶେଖର ଚନ୍ଦ୍ରକାର୍ ନୂଆପଡା, ପରଶୁ ଶଗରିଆ ଖରିଆର, ଧବଳେଶ୍ୱର ହଂସ ସିନାପାଲି, ରଞ୍ଜିତ ଭୋଇ କୋମନା ଏବଂ ଠାକୁରାଣୀ ଉତ୍ପାଦକ ଗୋଷ୍ଠୀ  ବୋଡ଼ନ ବ୍ଲକ୍ଙ୍କର ସଫଳତାର କାହାଣୀ ପ୍ରଦର୍ଶିତ ହୋଇଥିଲା ।