ଯାତ୍ରା କମିଟି ସୁରକ୍ଷା ମଞ୍ଚର ଜିଲ୍ଲାସ୍ତରୀୟ ବୈଠକ

 କୁଆଖିଆ: ମଙ୍ଗଳବାର ରସୁଲପୁର ବ୍ଲକର ହରିପୁର ଜଗନ୍ନାଥ ମଠ ପରିସରରେ ଓଡ଼ିଶାଯାତ୍ରା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯାତ୍ରା କମିଟି ସୁରକ୍ଷା ମଂଚର ରାଜ୍ୟ ସଭାପତି ରଘୁନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଉପସଭାପତି ବୈକୁଣ୍ଠ ନାଥ ପାକଳ ଯାତ୍ରା କମିଟିମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଉପସ୍ଥାପନା କରିଥିଲେ । ଯାତ୍ରାରେ ଅଶ୍ଳୀଳତା ଓ ଦ୍ୱିଅର୍ଥ ବୋଧକ ସଂଳାପକୁ ବନ୍ଦ କରିବା, ପାର୍ଟିର ଦରବୃଦ୍ଧିକୁ କମାଇବା , ୨୦ ରୁ ୩୦ % ପରସେଂଟ ଆଧାରରେ ନାଚ କରିବା ସହିତ ଯାତ୍ରାକୁ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଟିକେଟର ମୁଲ୍ୟ ୧୦୦ ରୁ ୨୦୦ ଟଙ୍କା କରିବାକୁ ମଧ୍ୟ ଦାବୀ କରାଯାଇଥିଲା । ଏଥିପାଇଁ ଆଗାମୀ ଦିନରେ ଜିଲ୍ଲା କମିଟି ଗଠନ କରାଯାଇ ଯାତ୍ରା ପାର୍ଟି ମାଲିକ ମାନଙ୍କ ସହିତ ବୈଠକ କରାଯିବାକୁ ନିଷ୍ପତି ଗ୍ରହଣ ହୋଇଥିଲା ।  ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ମଠ ଯାତ୍ରା କମିଟିର ସଭାପତି ପରମାନନ୍ଦ ସାହୁଙ୍କୁ ଯାଜପୁର ଜିଲ୍ଲା ସଂଯୋଜକ ଭାବରେ ମନୋନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦକ ନୃସିଂହ ପ୍ରସାଦ ସୁନ୍ଦର ରାୟ, କୋଷାଧକ୍ଷ କୃଷ୍ଣ ଚନ୍ଦ୍ର ଜେନା, ରାଜ୍ୟ କମିଟି କାର୍ଯ୍ୟକାରୀ ସଦସ୍ୟ ମହେଶ୍ୱର ଦାସ,ସରୋଜ କୁମାର ସ୍ୱାଇଁ,ବାନାମ୍ବର ବାବୁ. ନରସିଂହପୁର ସରପଞ୍ଚ ପ୍ରଶାନ୍ତ କୁମାର ଦାସ, ଆୟୋଜକ କମିଟିର ସଭାପତି ପିତାମ୍ବର ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଯୁଗ୍ମ ସଂପାଦକ ପ୍ରମୋଦ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଅମୁଲ୍ୟ କୁମାର ବରାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ପରମାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲାରୁ ୬୦ରୁ ଅଧିକ ଯାତ୍ରା କମିଟିର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।