ଖାମଖିଆଲ ଗ୍ରାମ୍ୟ ଉନ୍ନୟନ ବିଭାଗ, ଏନଏଚ ୫-ଭାଲୁଖାଇ ରାସ୍ତା ପାଲଟିଛି ବିପଦ ସଂକୁଳ


ାା ପ୍ରଭାନୁ୍ୟଜ ।ା ଯାଜପୁର: ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ୱ ହିନତାରୁ ଏନଏଚ ୫-ଭାଲୁଖାଇ ରାସ୍ତା ପାଲଟିଛି ବିପଦ ସଂକୁଳ । ଉନ୍ନତିକରଣ ନାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଜନତାଙ୍କ ସ୍ୱାର୍ଥକୁ ଅଣଦେଖା କରିଚାଲିଛି । ଠିକାଦାରଙ୍କ ସ୍ୱାର୍ଥ ସାଧନ ପାଇଁ ବିଭାଗୀୟ ଅଧିକାରୀ ପାଟି ଖୋଲୁ ନାହାନ୍ତି । 
ଫଳରେ ମାସମସ ଧରି ସଂପୃକ୍ତ ରାସ୍ତା ଉପରେ ବାଲି ଏବଂ ଚିପ୍ସ ପଡ଼ିରହିଛି । ଏହି ରାସ୍ତାଟି ଦେଉଳି ପାହାଡ଼ ପାଦଦେଶରେ ହୋଇଥିବା ବେଳେ ରାସ୍ତା ଦେଇ କୁମାରୀ କଲୋନୀରେ ବାସ କରୁଥିବା ହଜାର ହଜାର ଲୋକ ଏବଂ ଏକାଧିକ ଗ୍ରାମବାସୀ ଯିବା ଆସିବା କରିଥାନ୍ତି । ସଂପୃକ୍ତ ରାସ୍ତା ଦେଇ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବାକୁ ଛୁଟିଦିନ ବ୍ୟତିତ ଯାଇଥାନ୍ତି । ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାର ଗାଡ଼ିମୋଟର ଯିବା ଆସିବା କରିଥାଏ । ୯ବର୍ଷ ତଳେ ହୋଇଥିବା ରାସ୍ତାର ଉନ୍ନତିକରଣ କାର୍ଯ୍ୟ କରାଯାଉଛି । ରାସ୍ତାର ଉଭୟ ପାଶ୍ୱର୍ରେ ୱାଲ କରଯିବା ପରେ ରାସ୍ତା ନିର୍ମାଣ କରାଯିବାକୁ ରହିଛି । କାର୍ଯ୍ୟ ହାତେଇଥିବା ଠିକାଦାର ନିର୍ମାଣ ସାମଗ୍ରୀ ବାଲି-ଚିପ୍ସକୁ ରାସ୍ତାରେ ଆଣି ଗଦେଇ ଦେଇଛନ୍ତି । ଯାହା ରାସ୍ତାର ଅଧାରୁ ଅଧିକ ଭାଗକୁ ଅବରୋଧ କରି ରଖିଛି । ଯାହା ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଗାଁ, କଲୋନୀ ଏବଂ ବିଦ୍ୟାର୍ଥିଙ୍କୁ ବିପଦରେ ପକାଉଛି । କୁଢ଼ କୁଢ଼ ବାଲି, ଚିପ୍ସ ଯାତାୟତର ବାଧକ ସାଜିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ଦୁର୍ଘଟଣାର ଆଶଙ୍କା ରହିଛି । ହେଲେ ଏହାକୁ ଅଣଦେଖା କରିଚାଲିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ବାବୁମାନେ । ବିଭାଗ କାର୍ଯ୍ୟାଳୟ ମାତ୍ର ୫୦୦ମିଟର ଦୂରତାରେ ହୋଇଥିବା ବେଳେ ଅଧିକାରୀ ଠିକାଦାରଙ୍କୁ ତାଗିଦା କରିବାକୁ ଜୁ- ଜୁଟାଇ ପାରୁ ନାହାନ୍ତି । ଦୀର୍ଘଦିନ ଧରି ବିପଦ ସଂକୁଳ ଅବସ୍ଥାରେ ଦେଉଳି ପାହାଡ଼ ପାଦଦେଶରେ ପଡ଼ିରହିଥିବା ବାଲି, ଚିପ୍ସ ହଟାଇବାକୁ ବିଭାଗୀୟ ଅଧିକାରୀ ଠିକାଦାରଙ୍କୁ କେବେ ନିଦେ୍ର୍ଦଶ ଦେଉଛନ୍ତି, ତାହା ଦେଖିବାର ଅଛି ।