ଜୀବନ ରକ୍ଷାକାରୀୟ ସେବା ଯୋଗାଉଛି ‘ନିରୋଗଶାଳା’
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋର ଏକ ସହଯୋଗୀ କମ୍ପାନୀ ଉକôଳ ଆଲୁମିନା ଇଂଟରନ୍ୟାସନାଲ ଲିମିଟେଡ ‘ନିରୋଗଶାଳା’ ପ୍ରଚଳନ କରିଛି । ରାୟଗଡା ଜିଲ୍ଲାର ଦୁର୍ଗମ ଗ୍ରାମଗୁଡିକରେ ଜନସାଧାରଣଙ୍କ ଦ୍ୱାରଦେଶରେ ସେମାନଙ୍କୁ ଉଭୟ ପ୍ରତିଷେଧକ ଏବଂ ଆରୋଗ୍ୟକାରୀ ସ୍ୱାସ୍ଥ୍ୟଯନô ସେବା ଯୋଗାଇ ଦେଉଛି । ନିରୋଗଶାଳା ସ୍ୱାସ୍ଥ୍ୟଯନô ପ୍ରକଳ୍ପ ନୀରବରେ ତୃଣମୂଳ ସ୍ତରରେ ଜୀବନଗୁଡିକରେ ରୂପାନ୍ତରଣ ଆଣିଛି । ଏହା କାଶୀପୁର ବ୍ଲକର ପାଇକକୁପଖାଲ, ଅଣ୍ଡିରାକଂଚ ଏବଂ ଗୋପିନାଥପୁର ଆଦି ଦୂର ଦୂରାନ୍ତ ଗ୍ରାମରେ ସ୍ୱାସ୍ଥ୍ୟ ଡିସ୍ପେନସାରୀ ସ୍ଥାପନ କରିଛି । ପ୍ରାୟ ୨୦,୦୦୦ ଗ୍ରାମବାସୀ ଏହି ସେବାର ସୁଯୋଗ ନେଉଛନ୍ତି । ରବି ମିଶ୍ର, ୟୁନିଟ ହେଡ, ୟୁଏଆଇଏଲ, କହିଛନ୍ତି, “ନିରୋଗଶାଳା ଏକ ଅତ୍ୟନ୍ତ ବାସ୍ତବ ଏବଂ ଜରୁରୀ ଆବଶ୍ୟକତାରୁ ସୃଷ୍ଟି ହୋଇଥିଲା । ଏହି ସମସ୍ତ ଦୁର୍ଗମ ସ୍ଥାନଗୁଡିକରେ ଚିକିତ୍ସାଗତ ଜରୁରୀ ସ୍ଥିତି ସୃଷ୍ଟିହେଲେ ବିନା ସହାୟତାରେ ମାଇଲ ମାଇଲ ଚାଲିଚାଲି ଯିବାକୁ ହୁଏ । କାର୍ଯ୍ୟକ୍ରମରେ ମାଇକଂଚ ସରପଂଚ ମସ୍ତରାମ ମାଝୀ ବିସ୍ତୃତ ଭାବରେ ଉଲ୍ଲେଖ କରି କହିଥିଲେ, “ନିରୋଗଶାଳା ସମସ୍ତ ନିକଟବର୍ତୀ ଗ୍ରାମଗୁଡିକୁ ମାଗଣାରେ ସ୍ୱାସ୍ଥ୍ୟଯନô ସେବା ଯୋଗାଇ ଦେଉଛି । ମାଇକଂଚ ପଂଚାୟତର ଜନସାଧାରଣ ଆର୍ଥôକ ଦୃଷ୍ଟିରୁ ଦୁର୍ବଳ ଏବଂ ସେମାନେ ଡାକ୍ତରୀ ଚିକିତ୍ସା କରାଇବାକୁ ଅସମର୍ଥ । ୟୁଏଆଇଏଲ୍କୁ ଧନ୍ୟବାଦ ଯେ, ସେମାନେ ଆବଶ୍ୟକ କରୁଥିବା ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟଯନô ସେବା ଏବଂ ଜୀବନ ରକ୍ଷାକାରୀ ଔଷଧଗୁଡିକ ଆବଶ୍ୟକ ସମୟରେ ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି ।