ଅବସରପ୍ରାପ୍ତ କର୍ମଚାରୀଙ୍କ ଅଂଶୁଘାତରେ ମୃତୁ୍ୟ

ବୈଶିଙ୍ଗା : ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ହୋତାପୁର ଗ୍ରାମର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ମଙ୍ଗଳବାର ଅଂଶୁଘାତରେ ମୃତୁ୍ୟ ଘଟିଥିବା ନେଇ ସନେ୍ଦହ କରାଯାଉଛି । ମୃତକ ହେଲେ ହୋତାପୁର ଗ୍ରାମର ତ୍ରିଲୋଚନ ମହାପାତ୍ର(୬୧) ।  ସୂଚନା ଅନୁଯାଇ ତ୍ରିଲୋଚନଙ୍କ ଘର ହୋତାପୁର ଗ୍ରାମରେ ହୋଇଥିବାବେଳେ ସେ କିଛି ଦିନ ପୂର୍ବରୁ ବୈଶିଙ୍ଗା-ରୁପ୍ସା ପାର୍ଶ୍ୱରେ ଘର କରି ପରିବାର ସହିତ ରହୁଥିଲେ । ତେବେ ମଙ୍ଗଳବାର ମଧ୍ୟାହ୍ନରେ ସେ କିଛି କାମ ପାଇଁ ସାଇକେଲ ଯୋଗେ ବୈଶିଙ୍ଗା ବଜାରକୁ ଆସିଥିଲେ ଓ କାମ ସାରି ଘରକୁ ଫେରିବା ବାଟରେ ୟୁକୋ ବ୍ୟାଙ୍କ ନିକଟରେ ହଠାତ୍ ସାଇକେଲରୁ ତଳେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ବୈଶିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଅଂଶୁଘାତରେ ତାଙ୍କର ମୃତୁ୍ୟ ଘଟିଥାଇପାରେ ବୋଲି ସେ ସୂଚନା ଦେଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବାରିପଦା ମୁଖ୍ୟ ଚିକିସôାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।