ଚାଲିଥିଲା କ୍ଷୀର ଅପମିଶ୍ରଣ : ମାଡ଼ି ବସିଲା ପୋଲିସ
ଭୁବନେଶ୍ୱର: ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳ। ମେସିନ ଦ୍ବାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ, ପାଉଡର୍ ଓ ଏକ କେମିକାଲ ମିଶାଇ ବଜାରକୁ ଛାଡୁଥିଲେ। ଗତକାଲି ବିଳମ୍ବିତ ରାତିରେ କଟକ ଗୁରୁଡ଼ିଝାଟିଆ ଥାନା କଷ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରିତ ଚାଲିଥିବା ବେଳେ ମାଡ଼ି ବସିଲା ପୋଲିସ । ଏଥିସହିତ ଘଟଣାସ୍ଥଳରୁ କ୍ଷୀର ଟ୍ୟାଙ୍କର ମଧ୍ୟ ଜବତ କରିଛି ପୋଲିସ। ହେଲେ ପୋଲିସ ଆସିବା ଦେଖି କ୍ଷୀର ଅପମିଶ୍ରିତ କରୁଥିବା ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।