୪ ହଜାର କୋଟିର ପୁଂଜିନିବେଶ ସହ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ : ମୁଖ୍ୟମନ୍ତ୍ରୀ

୪ ହଜାର କୋଟିର ପୁଂଜିନିବେଶ ସହ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି  ମିଳିବ : ମୁଖ୍ୟମନ୍ତ୍ରୀ

ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଂଚଳ କୁ ସ୍ୱାଭିମାନ ଅଂଚଳ ଘୋଷଣା କଲେ ପୁର୍ବ ସରକାର । ତେବେ ସ୍ୱାଭିମାନ ଅଂଚଳ ନୁହଁ ବରଂ ତାହା ଏବେ ଅଭିମାନ ଅଂଚଳ ହୋଇ ରହିଯାଇଛି । ଡବଲ ଇଂଜିନ ସରକାର ଏହାକୁ ବିକାଶ ଅଂଚଳରେ ପରିଣତ କରିବେ ବୋଲି ମାଲ୍ୟବନ୍ତ ମଞ୍ଚରୁ ପ୍ରତିଶୃତି ଦେଇ ପୁର୍ବ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ ସେ କହିଛନ୍ତି କି,ଗତ ୨୪ ବର୍ଷ ର ଶାସନ କାଳ ରେ ମାଲକାନଗିରି ଜିଲ୍ଲାର ଆଶା ଅନୁରୁପ ବିକାଶ ହୋଇ ନ ଥିବା ବେଳେ ମୋହନ ସରକାର ଏହି ସବୁ ଅଂଚଳର ବିକାଶ ଲାଗି ଦକ୍ଷୀଣ ଓଡିଶା ବିକାଶ ପରିଷଦ ଗଠନ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛି ।

ମାଲକାନଗିରିରେ ହେବ ୪ ହଜାର କୋଟି ଟଙ୍କାର ପୁଂଜିନିବେଶ । ସିମେଣ୍ଟ କାରଖାନାରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ । ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨ ହଜାର ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ । ଜିଲ୍ଲାର ମୋଟୁ ଠାରୁ ମୟୂରଭଞ୍ଜ ତିରିଂ ଯାଏଁ ୬ ଲେନ୍ ସଡକ ନିର୍ମାଣ ହେବ । ଖୁବ ଶୀଘ୍ର ରେଳ ଜମି ଅଧିଗ୍ରହଣ କରାଯିବ । ମାଲକାନଗିରି ଡିଆରଡିଏ ସମ୍ମିଳନୀ କକ୍ଷରେ ହୋଇଥିବା ଏହି ବୈଠକରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ୨ ବିଧାୟକ, ଦକ୍ଷିଣାଞ୍ଚଳ ଆରଡିସି ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।