ରଜତ ଜୟନ୍ତୀ ଉସବ ପାଳିତ 

 ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ସରସ୍ୱତୀ ଶିଶୁ ମନ୍ଦିର, ତୁକଲା ଠାରେ ରଜତ ଜୟନ୍ତୀ ସମାରୋହ ଉଦ୍ଘାଟନ ହୋଇଯାଇଛି  ।  ଘୁମୁରା ଓ ସଂକିର୍ତ୍ତନ  ସହ ମାଆ ଭଉଣୀ ମାନଙ୍କର କଳସ ଯାତ୍ରା ହୋଇଥିଲା ପରେ ଶିଶୁ ମନ୍ଦିରରେ ଆଲୋଚନାଚକ୍ର ହୋଇଥିଲା  ।  ଏହି ଯଜ୍ଞରେ ତୁକଲା ଗ୍ରାମର ତଥା ଆଖ ପାଖ ଗ୍ରାମର ପ୍ରାୟ ଏକ ହଜାର ଲୋକଙ୍କ ସମାଗମ ହୋଇଥିଲା  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ ବଗର୍ତ୍ତୀ ସମ୍ମାନିତ ଅତିଥି ଖଡ଼ିଆଳ ନଗର ଅଧକ୍ଷ ଉଜ୍ଜ୍ୱଳ ଗୁପ୍ତା ମୁଖ୍ୟ ବକ୍ତା ଭାବେ ଦକ୍ଷିଣ ପଶ୍ଚିମ ଓଡିଶା ସଂଭାଗ ସମ୍ପାଦକ ଶିକ୍ଷା ବିକାଶ ସମିତି  ରୁଦ୍ରମାଧବ ବାରିକ ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି  ବେଣୁପାଣି ବେହେରା, ରଜତ ଜୟନ୍ତୀ କମିଟି ସଭାପତି ଦିନେଶ ପ୍ରସାଦ ତିୱାରୀ, ଉପ ସଭାପତି ରାଜକୁମାର ଖେମକା ତଥା ପ୍ରଧାନ ଆଚାର୍ଯ୍ୟ ଆମର ସିଂ ବାରିକ ମଞ୍ଚାସିନ ହୋଇ ଶିଶୁ ମନ୍ଦିରର ଗର୍ବ ଗୌରବ କଥା କହି ଆଗକୁ କିପରି ଆହୁରି ଉନ୍ନତି ହୋଇପାରିବ ସମସ୍ତେ ଚେଷ୍ଟିତ ହେବା ପାଇଁ ମତବ୍ୟକ୍ତ କରିଥିଲେ  । ଏହି ଅବସରରେ ସରସ୍ୱତୀ ଶିଶୁ ମନ୍ଦିର, ତୁକଲାର ପ୍ରଧାନ ଆଚାର୍ଯ୍ୟ ଅମର ସିଂ ବାରିକ ବିବରଣୀ ପଠନ କରିଥିବା ବେଳେ ଦିନେଶ ପ୍ରସାଦ ତିୱାରୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ  । ଶିଶୁ ମନ୍ଦିରର ବରିଷ୍ଠ ଗୁରୁଜୀ ହେରାମ୍ୱ ମେହେର, ବୈବସୁତ ପଟେଲ ଓ ପୂର୍ବତନ ଭାଇ ଭଉଣୀ ମାନେ ମଞ୍ଚ ପରିଚାଳନା କରିଥିଲେ  । ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଆଚାର୍ଯ୍ୟ, ପୂର୍ବତନ ଗୁରୁଜୀ ଗୁରୁମା ଏବଂ ପୂର୍ବତନ ସେବକ ସେବିକାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା  । ଏହାପରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ଶିଶୁ ଭାଇ ଭଉଣୀଙ୍କୁ ପୁରସ୍କୃତ କରାଯାଇଥିଲା  । ତା ' ପରେ ଶିଶୁ ଭାଇ ଭଉଣୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  ।