କାଲିଠୁ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ

କାଲିଠୁ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଠାରୁ ୩ ଦିନ ବିଭିନ୍ନ ପୂଜା ମଣ୍ଡପ ବୁଲିବେ । ଦୁର୍ଗାପୂଜା ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, କଟକ ଓ କେନ୍ଦୁଝରର ବିଭିନ୍ନ ପୂଜା ମଣ୍ଡପ ବୁଲିବେ । ମହାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଥିବା ବିଭିନ୍ନ ପୂଜା ମଣ୍ଡପ ବୁଲିବେ ।

ଅନ୍ୟପକ୍ଷରେ ଶାରଦୀୟ ପାର୍ବଣର ମହମହ ବାସ୍ନା। ଧରାବତରଣ କରିଛନ୍ତି ମହାମାୟା ଦୁର୍ଗା। ମନ୍ତ୍ର, ଶଙ୍ଖ ବାଦ୍ୟରେ ପ୍ରକମ୍ପିତ ହେଉଛି ପରିବେଶ । ଆଜି ମଣ୍ଡପରେ ଦୁର୍ଗତିନାଶିନୀ ମା ଦୁର୍ଗାଙ୍କର ସପ୍ତମୀ ପୂଜା। ପୀଠରେ ମହାଅଷ୍ଟମୀ ପୂଜା। ସକାଳୁ ସୂର୍ୟ୍ୟପୂଜା, ଗୋ ପୂଜା କରାଯାଇଛି । ପରେ କଳସ ଯାତ୍ରା କରାଯାଇ ରୀତିନୀତି ଅନୁସାରେ ପୂଜା କରାଯାଇ ମାଙ୍କ ପ୍ରାଣପ୍ରତିଷ୍ଠା ଓ ଚକ୍ଷୁ ଦାନ କରାଯାଇଛି। ବୁଧବାର ମହାଷଷ୍ଠୀରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ୱବରଣୀ କରାଯାଇଥିଲା। ତେବେ ରାଜଧାନୀ ଭୁବନେଶ୍ଵର ସମେତ କଟକ ଏବଂ ଅନ୍ୟାନ୍ୟ ସ୍ଥାନରେ ବ୍ୟାପକ ଆୟୋଜନ କରାଯାଇଛି। ସୁନା ଚାନ୍ଦି ମେଢରେ ମାଆଙ୍କ ମୂର୍ତ୍ତି ସଜ୍ଜିତ ହୋଇଛି। ଟ୍ବିନ୍ ସିଟିରେ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକମିକ୍ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ତାସାଙ୍ଗକୁ ମୀନା ବଜାର ଦର୍ଶକଙ୍କ ମନ ମୋହୁଛି। ନୟାପଲ୍ଲୀ, ସହିଦ ନଗର, ଝାରପଡା, ରସୁଲଗଡ, ବରମୁଣ୍ଡା, ସହିଦନଗର, ଷ୍ଟେସନ ବଜାର ଆଦି ପ୍ରମୂଖ ମଣ୍ଡପରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।