ଭୁବନେଶ୍ବର ସହିଦ ନଗର ମିକ୍ସଚର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
ଭୁବନେଶ୍ବର ସହିଦ ନଗରରେ ଭୟାବହ ଅଗ୍ନିକାଣ୍ଡ। ଏଠାରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ହୁତୁହୁତୁ ହୋଇ ଜଳୁଛି ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି । ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ ସ୍ଥାନୀୟ ପରିବେଶ ଧୁଆଁମୟ ହୋଇଯାଇଛି। ସେଠାରେ ଥିବା ସ୍ଥାନୀୟ ବାସିନ୍ଦା ଭୟବୀତ ଅବସ୍ଥାରେ ରହିଛନ୍ତି