ସୁରେନ୍ଦ୍ର ଓ ସନ୍ତୋଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 ଭୁବନେଶ୍ୱର:  ସୂଚନା ଓ ଲୋକସମ୍ପର୍କ ବିଭାଗ (ଆଇ ଆଣ୍ଡ ପିଆର୍) କଲ୍ୟାଣ କମିଟି ଓ ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ସୂଚନା ନିଦେ୍ର୍ଦଶକ(ବୈଷୟିକ) ସୁରେନ୍ଦ୍ର ନାଥ ପରିଡା ଓ ଅତିରିକ୍ତ ନିଦେ୍ର୍ଦଶକ ସନ୍ତୋଷ ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ଦୁଇ ବରିଷ୍ଠ ଅଧିକାରୀଙ୍କ  ଧୈର୍ଯ୍ୟ, କାର୍ଯ୍ୟଦକ୍ଷତା, ଅମାୟିକ ବ୍ୟବହାର, କର୍ତ୍ତବ୍ୟ ନିଷ୍ଠା, ସରକାରୀ କାର୍ଯ୍ୟକୁ ଆଗେଇ ନେବାରେ ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମକୁ ଉପନିଦେ୍ର୍ଦଶକ ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିବା ବେଳେ ଉପର୍ନିେଶକ ଦିପ୍ତିମୟୀ ମହାପାତ୍ର, ଉପଶାସନ ସଚିବ ପ୍ରଣବ ପ୍ରକାଶ  ଦାସ, ସହକାରୀ ର୍ନିେଶକ( କ୍ଷେତ୍ର) ଦୀପକ ସାହୁ, ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ବିକ୍ରମ ମହାରଣା, ବିନାୟକ ମିଶ୍ରଙ୍କ ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।