ଶପଥ ପୂର୍ବରୁ ଲୋକଙ୍କ ସମସ୍ୟା ଶୁଣିଲେ ମୋହନ

ଭୁବନେଶ୍ୱର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝି। ସେ ଆଜି ବିଧିବଦ୍ଧ ଭାବେ ଶପଥ ନେବେ। ତେବେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝି ଶପଥ ଗ୍ରହଣ ପୂର୍ବରୁ ସାଧାରଣ ଲୋକଙ୍କ ସହ କଥା ହୋଇ ତାଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି । ଆକ୍ସନ ମୋଡ଼ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶପଥ ଗ୍ରହଣ ପୂର୍ବରୁ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି ।

ପରିବହନ ବିଭାଗର ଜଣେ ପିଅନଙ୍କ ସହ କଥା ହୋଇ ଭଲ ମନ୍ଦ ପଚାରି ବୁଝିଛନ୍ତି ମୋହନ ମାଝି। ସେ ପାଉଥିବା ସ୍ପଳ୍ପ ଦରମାରେ ପେଟ ପୁରୁନଥିବା କହିଥିଲେ ସପୃକ୍ତ କର୍ମଚାରୀ। ଭାବି ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେବା ସହ ତାଙ୍କର ଦୁଃଖ ବୁଝାଯିବ ବୋଲି କହିଛନ୍ତି।