ପ୍ରଶାନ୍ତ ଜଗଦେବ : ମୁଁ ବିଜେପିର ଜଗୁଆଳୀ

ପ୍ରଶାନ୍ତ  ଜଗଦେବ : ମୁଁ ବିଜେପିର ଜଗୁଆଳୀ

ଭୁବନେଶ୍ବର: ପ୍ରଶାନ୍ତ ଜଗଦେବ ବିଧାୟକ ନୁହେଁ, ସେ ବିଜେପିର ଜଗୁଆଳୀ। ଆଜି ବିଜେପିର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ ପୂର୍ବରୁ ଏଭଳି କହିଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ। ସେ କହିଛନ୍ତି, ଆଜି ବିଜେପିର ପ୍ରତିଟି ଓଡ଼ିଶାବାସୀଙ୍କ ପାଇଁ ଦୀପାବଳି। ଓଡ଼ିଶାର ପ୍ରତି ଘରେ ବିଜେପିର ପତାକା ଲଗାଇବାକୁ ଦଳ କର୍ମୀମାନଙ୍କୁ କହିଛି। ମୁଁ ବାସ୍ନା ବାରିବା ପରେ ଜାଣିଥିଲି ଯେ ଏଥର ଓଡ଼ିଶାରେ ବିଜେପି ସରକାର। ବିଜେପିର ସମସ୍ତ ମୋର୍ଚ୍ଚା ଓ ଆମର ମୂଳ ସଂଗଠନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ଖୁସି ଅଛନ୍ତି।ସେ ମନ୍ତ୍ରୀ ପଦ ପାଇଁ ଆଶାୟୀ କି ବୋଲି ପ୍ରଶ୍ନର ଉତ୍ତରରେ କହିଛନ୍ତି, ମନ୍ତ୍ରୀ ହେଲେ କାମର ସୀମା ରହିବ। ମୁଁ ଭାରତୀୟ ଜନତା ପାର୍ଟିର ସୈନିକ। ମୁଁ ବିଜେପିର ଜଗୁଆଳୀ ହୋଇ କାମ କରିବି।

ଆଜି ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ । କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ। ଏଥିଲାଗି ଭୁବନେଶ୍ୱର ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ। ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଛି। ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏବଂ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ।