ମୌସୁମୀ ଆଇଲାରେ...

monsoon

ମୌସୁମୀ ଆଇଲାରେ...

ଭୁବନେଶ୍ୱର : ଭାରତୀୟ କୃଷି ଓ ଅର୍ଥନୀତିର ଜୀବନରେଖା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି  । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଏକ୍ସ ମାଧ୍ୟମରେ ସୂଚନା ଦିଆଯାଇଛି  । ଏବେ ମୌସୁମୀ ପାଇଁ ଅନୁକୂଳ ପରିବେଶ ରହିଛି  । ଏହା ଉତ୍ତର ପୂର୍ବ ଦିଗ ଆଡ଼କୁ ଗତି କରୁଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି  । ଗତ ତିନିଦିନ ଧରି କେରଳରେ ପ୍ରାକ୍‌ ମୌସୁମୀ ବର୍ଷା ବି ହୋଇଛି  । ସାଧାରଣତଃ ଜୁନ୍‌ ପହିଲାରେ ମୌସୁମୀ କେରଳ ଛୁଇଁଥାଏ  । ଚଳିତ ଥର ଆଗୁଆ ମୌସୁମୀ ଆସିଥିବାବେଳେ ଏଥର ସ୍ୱାଭାବିକ ବର୍ଷା ହେବବୋଲି ଅନୁମାନ କରାଯାଉଛି  ।