ବେପରୁଆ ଗାଡି ଚାଳନା ପଡ଼ିଲା ମହଙ୍ଗା ; ଅଭିଯୁକ୍ତ ଗିରଫ

ବେପରୁଆ ଗାଡି ଚାଳନା ପଡ଼ିଲା ମହଙ୍ଗା ; ଅଭିଯୁକ୍ତ ଗିରଫ


 ଭୁବନେଶ୍ୱର, ୨୯ା୫ : ବେପରୁଆ ଗାଡି ଚାଳନା ଓ ପୁଲିସ ଉପରକୁ ଗାଡି ଚଢ଼ାଇ ଦେବା ପାଇଁ ଚେଷ୍ଟା କରି ଫେରାର । ସିସିଟିଭି ଫୁଟେଜରୁ ଚିହ୍ନଟ କରି ଆଜି ବଡ଼ଗଡ଼ ଅଞ୍ଚଳରୁ ନିଶାସକ୍ତ ଅବସ୍ତାରେ କାବୁ କଲା ପୁଲିସ । ତାଠାରୁ ସର୍ପିଓ ଗାଡି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଅନୁଗୁଲ ଜିଲ୍ଲାର ସୋମନାଥ ପାତ୍ର । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଗତ କାଲି ରାତିରେ ଟ୍ରାଫିକ୍ ଥାନା ୨ର ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ଅଫିସର ଟିମ ଓମଫେଡ଼୍ ଛକ ଠାରେ ଏମଭି ଚେକିଂ ଚଳାଇଥିଲେ । ସମୟ ପ୍ରାୟ ୧ଟା ୨୦ ରେ ଅଭିଯୁକ୍ତ ସାଧାରଣରେ ବେପରୁଆ ଭାବରେ ଏକ ସର୍ପିଓ କାରକୁ ଚାଳନା କରି ଅନ୍ୟ ମାନଙ୍କର ଜୀବନ ବିପଦରେ ପକାଇ ଡମଣା ଛକ ପାଶ୍ୱର୍ରୁ ନାଲ୍କୋ ଛକ ପାଶ୍ୱର୍କୁ ଆସୁଥିଲେ । ଏନେଇ ଚେକିଂ ଟିମ ଅଭିଯୁକ୍ତ ଚାଳନା କରୁଥିବା କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଭିଯୁକ୍ତ ଜଣଙ୍କ ଚେକିଂ ଟିମକୁ ଦେଖି କାରକୁ ଦୃତଗତିରେ ନେବା ସହ ସେମାନଙ୍କ ଉପରକୁ ଗାଡି ଚଢ଼ାଇବାର ଭୟ ଦେଖାଇ ଘଟଣା ସ୍ଥଳରୁ ବ୍ୟାିକେଟ୍ ଭାଙ୍ଗି ଫେରାର ହୋଇଯାଇଥିଲେ । ଏଭଳି ଘଟଣା ପରେ ପୁଲିସ ଟିମ ତାକୁ ପିଛା କରି ରାଜଧାନୀର ବିଭିନ୍ନ ଜାଗାରେ ଚଢ଼ାଉ କରି ଶେଷରେ ବଡ଼ଗଡ଼ ଥାନା ଅଧିନ ସାମନ୍ତରାପୁର ଠାରେ କାବୁ କରିଥିଲେ ।