ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲା ସ୍ୱାମୀ

ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲା ସ୍ୱାମୀ

 ବଲାଙ୍ଗୀର :  ସ୍ତ୍ରୀ ଶୋଇଥିବାବେଳେ ଟାଙ୍ଗିଆରେ ହାଣିଲା ସ୍ୱାମୀ । ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଲା ଗାଁରେ ମଙ୍ଗଳବାର ରାତିରେ ଏଭଳି ଏକ ଉନ୍ମୁକ୍ତ କାଣ୍ଡ ଘଟିଛି  । ଗତକାଲି ବିଳମ୍ବିତ ରାତିରେ ଅମୂଲ୍ୟା ବିଶ୍ୱାଳ ତାଙ୍କ ଘରେ ଶୋଇଥିବାବେଳେ ଟାଙ୍ଗିଆ ଚୋଟ ମାରି ଜୀବନ ନେଇଛନ୍ତି ତାଙ୍କ ସ୍ୱାମୀ ଗୌତମ ବିଶ୍ୱାଳ  । 

ଏହି ଖବର ପାଇ ଦେଓଗାଁ ଥାନା ପୋଲିସ ଅମୂଲ୍ୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସେଠାରୁ ଉଦ୍ଧାର କରି ବୁଧବାର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ଏଭଳି କାଣ୍ଡ କରିଥିବା ପୋଲିସ ପକ୍ଷରୁ କୁହାଯାଉଛି । ପୋଲିସ ପକ୍ଷରୁ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି । ଦେଓଗାଁ ପୋଲିସ ଅଭିଯୁକ୍ତ ଗୌତମକୁ ଅଟକ ରଖିବା ସହ ପଚରାଉଚରା କରୁଛି । ବ୍ୟବହୃତ ଟାଙ୍ଗିଆକୁ ପୋଲିସ ଜବତ କରିଥିବା ଜଣାପଡ଼ିଛି ।