ବଲାଙ୍ଗିର ବୈଦିପାଲି ଜଙ୍ଗଲରେ ମହିଳାଙ୍କ ମୃତ ଦେହ ଉଦ୍ଧାର , ମୃତ୍ୟ ନେÿଇ କଳ୍ପନା କଳ୍ପନା

Balangir News


ବଲାଙ୍ଗିର :ବଲାଙ୍ଗିର ବୈଦିପାଲି ଜଙ୍ଗଲରେ ମହିଳାଙ୍କ ମୃତଦେହ ଉଦ୍ଧାର ,ଜଙ୍ଗଲ ଭିତରେ ପଡ଼ିଛି ମହିଳାଙ୍କ ଗଳିତ ମୃତଦେହ ।  ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ବୈଦିପାଲି ଜଙ୍ଗଲ ଭିତରେ  । ବଲାଙ୍ଗିର ସଦର ପୋଲିସ ଘଟଣା ସ୍ଥଳରେ ପହଂଚ ତଦନ୍ତ ଆରମ୍ଭ କରିଛି  । ସଦର ଏସ୍ଡ଼ିପିଓ ପ୍ରଦୀପ କୁମାର ସାହୁ ପୋଲିସ୍ ଟିମ୍ ଓ ସାଇଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିବା   ଦେଖିବାକୁ ମିଳିଛି  । ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ମହିଳା ଜଣକ ଗର୍ଭବତୀ ଥିବା କୁହାଯାଉଛି  । ସମସ୍ତ ଦିଗରୁ ବଲାଙ୍ଗିର ସଦର ପୋଲିସ ଖୋଳତାଡ଼ ଆରମ୍ଭ କରିଛି  । ତେବେ ମହିଳାଙ୍କ ତିନି ଚାରି ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି  । ଚିକିତ୍ସାଧୀନ ଅବସ୍ଥାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି ।