ପଥରରେ ଛେଚି ମହିଳାଙ୍କୁ ହତ୍ୟା

ଦେବଗଡ଼:  ମହିଳାଙ୍କ ମୁଣ୍ଡରେ ପଥର କଚାଡି ହତ୍ୟା  । ପରିବାର ସହିତ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘଟିଛି ହତ୍ୟାକାଣ୍ଡ  । ଦେବଗଡ ଜିଲ୍ଲା ବାରକୋଟ ଥାନା ଶରଣକୋଟ ଗ୍ରାମରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି  । ମୃତ ମହିଳା ଦୁଃଖୀ ନାଏକ ବୋଲି ଜଣାପଡିଛି । ତେବେ ହତ୍ୟାକାରୀ କିମ୍ବା ହତ୍ୟାର କାରଣ ଜଣାପଡିନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ସ୍ୱାମୀ ଏବଂ ନାବାଳିକା ଝିଅଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ଘଟଣାସ୍ଥଳରେ ଆଡିସିନାଲ ଏସପି, ଥାନା ଅଧିକାରୀ ପ୍ରମୁଖ ସାଇଂଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହିତ ତଦନ୍ତ ଆରମ୍ଭ କରିଛନ୍ତି  । ମୃତ ମହିଳା ପ୍ରାୟ ୫୦ ବର୍ଷର ହୋଇଥିବା ବେଳେ ଗତକାଲି ରାତି ସ୍ୱାମୀ ଏବଂ ନାବାଳିକା ଝିଅ ସହିତ ଘର ଭିତରେ ଶୋଇଥିଲେ । ମାତ୍ର ବିଳମ୍ବିତ ରାତି ତାଙ୍କ ମୁଣ୍ଡରେ ପଥର କଚାଡି କେହି ହତ୍ୟା କରିଥିଲା  । ମୃତ ମହିଳାଙ୍କ ନାବାଳିକା ଝିଅ ମାମୁଁକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ । ପଥର କଚାଡି କେହି ଜଣେ ମାଙ୍କୁ ହତ୍ୟା କରିଥିବା ଖବର ଦେଇଥିଲେ  । ଖବର ପାଇ ମହିଳାଙ୍କ ବାପ ଘର ଲୋକ ବାରକୋଟ ଥାନାରେ ଅଭିଯୋଗ କରିଥିବା ବେଳେ ତଦନ୍ତ ଜାରି ରହିଛି ।