ନଖ ରଙ୍ଗ କହିବ ରୋଗ... ଜାଣନ୍ତୁ!

ନଖ ରଙ୍ଗ କହିବ ରୋଗ... ଜାଣନ୍ତୁ!

ନଖର ରଙ୍ଗ ଏବଂ ଆକୃତିର ପରିବର୍ତ୍ତନ ରୋଗ ବିଷୟରେ ସୂଚନା ଦେଇଥାଏ । ଯଦି ଆପଣଙ୍କ ନଖରେ ପରିବର୍ତ୍ତନ ଦେଖନ୍ତି, ତେବେ ଆପଣ ସତର୍କ ହେଇଯାଆନ୍ତୁ । ନଖ ଯଦି ଧଳା, ହଳଦିଆ କିମ୍ବା ଗୋଲାପୀ ହେଉଛି ଏଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ଜାଣନ୍ତୁ ଏ ସମ୍ପର୍କରେ…

ନଖରେ ଗାର ପଡିଥିଲେ ଜାଣିବେ ଯେ, ଏହା ଭିଟାମିନ-ବି, ବି -୧୨, ଜିଙ୍କ ଅଭାବକୁ ସୂଚିତ କରେ । ନଖଗୁଡ଼ିକରେ ଉଜ୍ଜ୍ୱଳତା ନଥିଲେ କିମ୍ବା ଶୁଖିଲା ଦିଶୁଥିଲେ ଥାଇରଏଡ ପରି ସମସ୍ୟାର ଶିକାର ହେବାର ସଙ୍କେତ ହୋଇପାରେ । ନଖ ନୀଳ ପଡୁଥିଲେ ଜାଣିବେ ହୃଦୟ, ଫୁସଫୁସରେ ଅମ୍ଳଜାନ ଅଭାବର ଲକ୍ଷଣ ରହିଛି । ନଖଗୁଡ଼ିକ ମଳିନ ଦେଖାଯାଉଥିଲେ ଜାଣିବେ ଏହା ରକ୍ତହୀନତା, ହୃଦଘାତ, ଯକୃତ ରୋଗ ଏବଂ ପୁଷ୍ଟିହୀନତାର ଲକ୍ଷଣ ହୋଇପାରେ । ନଖ ବଙ୍କା ହେଉଥିଲେ ଜାଣିବେ ଯେ ଏହା ଏକ ଜେନେଟିକ ସମସ୍ୟା । ଏହା ସହ ଯକୃତ ସମ୍ବନ୍ଧୀୟ ସମସ୍ୟା କିମ୍ବା ହାଇପୋକ୍ରୋମିକ ରକ୍ତହୀନତାର ଲକ୍ଷଣ ହୋଇପାରେ । ନଖର ଉପର ଭାଗରେ ଗୋଲାପୀ ରେଖା ଦେଖାଯାଉଥିଲେ ଜାଣିବେ ଏହା ଶରୀରର କିଛି ଗମ୍ଭୀର ରୋଗ, ହୃଦ ରୋଗ, ଗମ୍ଭୀର ସଂକ୍ରମଣ ଇତ୍ୟାଦିର ଲକ୍ଷଣ । ହଳଦିଆ ନଖ ଥିଲେ ଜାଣିବେ ଫଙ୍ଗାଲ ସଂକ୍ରମଣ ହେଉଛି । ଥାଇରଏଡ, ଫୁସଫୁସ ଏବଂ ମଧୁମେହ ଥିଲେ ନଖ ହଳଦିଆ ଦେଖାଯାଏ । ସେହିପରି ନଖ ଧଳା ଦେଖାଗଲେ ଜାଣିବେ ଯେ ହେପାଟାଇଟିସ ଅବା ଲିଭର ରୋଗରେ ସଂକ୍ରମିତ । ନଖର ଘନତା ଅସୱାଭାବିକ ଭାବରେ ବଢିବାକୁ ଲାଗେ ଅବା ମୋଟା ହେବାକୁ ଲାଗେ, ତେବେ ଜାଣିବେ ଯେ ଏହା ମଧୁମେହ, ଫୁସଫୁସ ସଂକ୍ରମଣ ଏବଂ ଆର୍ଥ୍ରାଇଟିସରେ ଆକ୍ରାନ୍ତ ।