ନନ୍ଦିଘୋଷ ରଥ

ପ୍ରଥମ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ‘ନନ୍ଦି’ ଆଉ ‘ଘୋଷ’ । ଏ ଦୁଇ ଶବ୍ଦର ମିଶ୍ରଣରେ ସୃଷ୍ଟି ହୋଇଛି ନନ୍ଦିଘୋଷ । ‘ନନ୍ଦି’ ହେଉଛନ୍ତି ଭଗବାନ ଶିବଙ୍କ ବାହନ ଓ ‘ଘୋଷ’ ହେଉଛି ଗର୍ଜନ । ନନ୍ଦିଙ୍କ ଗର୍ଜନରୁ ରଥର ନାମ ହୋଇଛି ‘ନନ୍ଦିଘୋଷ’ । ତ୍ରେତୟା ଯୁଗର ଏକ କଥା ସହ ନନ୍ଦିଘୋଷ ଶବ୍ଦଟି ଜଡିତ । ରାବଣ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଭଗବାନ ରାମଙ୍କ ସହ ଥିବା ବାନର ଓ ଭଲ୍ଲୁକମାନେ, ଯୁଦ୍ଧର ରଣନୀତି ପ୍ରସ୍ତୁତ କରୁଥାନ୍ତି । ଏହି ସମୟରେ ଇନ୍ଦ୍ର ଦେବତା ମଧ୍ୟ ଭଗବାନ ରାମଙ୍କୁ ସହାୟତା କରିବା ପାଇଁ ଚିନ୍ତା କରନ୍ତି । ପ୍ରଭୁ ରାମ ବନବାସୀ ହୋଇଥିବାରୁ, ତାଙ୍କ ପାଖରେ ରଥ ନ ଥାଏ । ଦୁଇ ମହାଶକ୍ତି ଏକାଠି ହୁଏ । ସୁଦର୍ଶନଙ୍କ ଘୂର୍ଣ୍ଣନ ବେଳେ ନନ୍ଦିଙ୍କ ଅବସ୍ଥାନ ଯୋଗୁଁ, ନନ୍ଦି ଭୀଷଣ ଗର୍ଜନ କରନ୍ତି । ସେହି ଗର୍ଜନ ଫଳରେ ରାବରଣ ଅର୍ଦ୍ଧାଧିକ ସୈନ୍ୟ ପ୍ରାଣ ହରାନ୍ତି ଓ ଶ୍ରୀରାମଙ୍କ ବିଜୟପଥ ସୁଗମ ହୁଏ । ଏଣୁ ଇନ୍ଦ୍ରଙ୍କ ପ୍ରଦତ୍ତ ଏହି ରଥର ନାମ ହୁଏ ‘ନନ୍ଦିଘୋଷ’ । ନନ୍ଦିଘୋଷ ରଥର ଅନ୍ୟନାମ ଗରୁଡ଼ ଧ୍ୱଜ, ଚକ୍ରଧ୍ୱଜ, କପିଧ୍ୱଜ । ରଥ ପ୍ରଦାନ କର୍ତ୍ତା ହେଉଛନ୍ତି ଦେବରାଜ ଇନ୍ଦ୍ର । ରଥ ନିର୍ମାଣ କର୍ତ୍ତା ହେଉଛନ୍ତି ବିଶ୍ୱକର୍ମା । ଚକ ଅର : ୧୬, ଚକ ବ୍ୟାସ : ୭ ଫୁଟ, ଆବରଣ : ପୀତ ଲୋହିତ, ଅଧୀଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀ ମଦନମୋହନ, ଭଦ୍ରପୀଠର ଆକାର : ଅଷ୍ଟାଦଳ ପଦ୍ମକୃତି, ଆୟୁଧ : ଚକ୍ର ଓ ଶଙ୍ଖ, ସାରଥୀ : ଦାରୁକ, ରଥ ରକ୍ଷକ : ଗରୁଡ଼ ଓ ଇନ୍ଦ୍ର, ରଥ ଦେବତା : ନୃସିଂହ, ରଥ ଦେବୀ : ଯୋଗମାୟା, ରଥ ଶକ୍ତି : ବିମଳା ଓ ବିରଜା, ରଥ ଭୈରବ : ଏକପାଦ, ରଥ ଶିରରେ : କଲ୍ୟାଣ ସୁନ୍ଦର, ରଥ ପାଳକ : ଭୈରବ , ନୃସିଂହ , ଗରୁଡ଼ , ବାସୁଦେବ । ରଥ ଯକ୍ଷ : ହର୍ଯ୍ୟାକ୍ଷ, ଦଉଡ଼ି ନାମ : ଶଙ୍ଖଚୁଡ଼, ଅଶ୍ୱ ସଂଖ୍ୟା ଚାରି : ଶଙ୍ଖ , ବଳାହକ , ଶ୍ୱ୍ୱେତ , ହରିଦ୍ୱାଶ । ଗନ୍ଧର୍ବ : ବୈଧୂତି, ନେତର ନାମ : ତ୍ରିଲୋକ୍ୟ ମୋହିନୀ, ଦ୍ୱାରପାଳ : ଜୟ ଓ ବିଜୟ, ରଥ ପ୍ରତିହାର : କୁମୁଦ ଓ କମୁଦାକ୍ଷ, ଋଷି ପଟାରେ ଋଷି : ନାରଦ , ଦେବଳ , ବ୍ୟାସ , ଶୁକଦେବ , ପରାଶର , ବିଶିଷ୍ଟ , ବିଶ୍ୱାମିତ୍ର ଓ ମାର୍କଣ୍ଡେୟ । ଦଧିନଉତି : ହିରଣ୍ୟ ଗର୍ଭ, ମୂର୍ଦ୍ଧାରେ : କେତୁ ଭଦ୍ରା, ଚର ଦେବତା : ବରାହ ଓ ନୃସିଂହ । ଚାରଣ : ନଳ ଓ କୁବେର, ଗର୍ଭଧୀଶ୍ୱର । ଅଷ୍ଟ ଶକ୍ତି: ହିରଣ୍ୟ ଗର୍ଭା , ଉକôର୍ଷଣୀ -କ୍ରିୟା , ଯୋଗ , ଆଜ୍ଞା , ଅନୁଜ୍ଞା , ପ୍ରଜ୍ଞା ଓ ମେଧା । ଧ୍ୱଜାରେ ବିରାଜିତ ସଂକେତ : ହନୁମାନ, ରଥର ଶୂନ୍ୟ ଚକ୍ର ନାମ : ସୁଦର୍ଶନ, ଦଧିନଉତି ଉପରିସ୍ଥ କଳସତ୍ରୟ : ନଭ , ବ୍ୟୋମ ଓ ଅକାଶ, ରଥର କୁମ୍ଭ : ହିରଣ୍ମୟୀ , ସତ , ଶାନ୍ତି , ଦୟା , କ୍ଷମା । ରଥ ରନô : ସ୍ପଟିକ, ବ୍ରହ୍ମ ସଦନର ଉଭୟ ପାର୍ଶ୍ୱସ୍ଥ ଉପାସକ : ବ୍ରହ୍ମା ଓ ଇନ୍ଦ୍ର, ଓଲଟ ଶୁଆ : ଜୀବ ଓ ପରମ, ରଥ ପୀଠ : କନକ ମଞ୍ଚା, ପୀଠର କ୍ଷେତ୍ର ଫଳ : ୩୫ ବର୍ଗ ଫୁଟ, ଚନ୍ଦ୍ର ତାପ : କନକ ମୁଣ୍ଡାଇ, ରଥାଧିପ : ବୈନତେୟ, ରଥା ସୀନ ଅପସରା : ସମ୍ମୁଖ - ଉର୍ବଶୀ ଓ ଫୁଲ ମୋଚି, ପୃଷ୍ଠ ଭାଗ - କନକ ମଞ୍ଜରୀ ଓ କାମମଞ୍ଜରୀ, ବାମ ଭାଗ - ପ୍ରେମ ମଞ୍ଜରୀ ଓ ଚମ୍ପକ ମଞ୍ଜରୀ, ଦକ୍ଷିଣ ଭାଗ - ଅନଙ୍ଗ ମଞ୍ଜରୀ ଓ ଭ୍ରମର ମଞ୍ଜରୀ, ସମ୍ମୁଖ ଦ୍ୱାରର ଚିତ୍ର - କଳ୍ପ ବୃକ୍ଷର ଦୁଇଟି ପତ୍ର, ରଥ ପାର୍ଶ୍ୱ ଦେବତା - ହରିହର, ପଣ୍ଡୁ ନୃସିଂହ, ଗିରି ଗୋବର୍ଦ୍ଧନଧାରୀ, ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ପଞ୍ଚମୁଖି ହନୁମାନ, ରାବଣ ଛତ୍ରଭଙ୍ଗ, ମଧୁସୂଦନ, ରାମ । ୧୬ ଚକର ନାମ - ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁସ୍ୱସ୍ତି, ଜାଗୃତି, ତୁରୀୟ, ଆମ, ଓ ନିର୍ବାଣ ।
ଡ. ଅମୂଲ୍ୟ କୁମାର ପଣ୍ଡା
ଅରଙ୍ଗାବାଦ, ବରୀ, ଯାଜପୁର, ମୋବାଇଲ - ୮୨୪୯୫୦୨୭୭୬