ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନୂତନ ବର୍ଷ ୨୦୨୫ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ସୁଯୋଗ, ସଫଳତା ଏବଂ ଅସୀମ ସୁଖ ଆଣିଦେଉ। ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧିର ଆଶୀର୍ବାଦ ମିଳୁ। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ଆପଣ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା। ଏହି ବର୍ଷ ଆପଣଙ୍କ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧତା ଏବଂ ଉତ୍ତମ ସ୍ବାସ୍ଥ୍ୟ ଆଣିଦେଉ। ଏହା ମୋର କାମନା।