ସୈନିକ ସ୍କୁଲର ପୁରସ୍କାର ବିତରଣ ସମାରୋହ : ଦେଶ ସେବା ବିଦ୍ୟାର୍ଥୀଙ୍କ କର୍ତ୍ତବ୍ୟ ହେଉ: ରାଜ୍ୟପାଳ
ଭୁବନେଶ୍ୱର : ଆଜି ସୈନିକ ସ୍କୁଲ ଭୁବନେଶ୍ୱରର ବାର୍ଷିକ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଯୋଗ ଦେଇଥିଲେ । ସେ ତାଙ୍କ ଉଦ୍ବୋଧନରେ କହିଥିଲେ କି, ଛାତ୍ରଛାତ୍ରୀମାନେ ସେବା, କର୍ତ୍ତବ୍ୟ, ଜ୍ଞାନ ଏବଂ ସାହସ ଦ୍ୱାରା ପରିଚାଳିତ ହୋଇ ଦେଶର ସେବା କରିବା ନିମନ୍ତେ ସଂକଳ୍ପ ନିଅନ୍ତୁ । ଉକôର୍ଷ ହାସଲ କରିଥିବା ଛାତ୍ରଛାତ୍ରୀ, ସେମାନଙ୍କୁ ଲାଳନ ପାଳନ କରିଥିବା ପିତାମାତା ଏବଂ ଆମ ଦେଶର ଭବିଷ୍ୟତ ଗଢୁଥିବା ସ୍କୁଲ ପାଇଁ ଏକ ଉସôବ, ସ୍ୱୀକୃତି ଓ ଗର୍ବର ଦିନ । ଶିକ୍ଷା, କ୍ରୀଡ଼ା, ସହ ପାଠ୍ୟକ୍ରମ କାର୍ଯ୍ୟକଳାପ ଏବଂ ଅନୁକରଣୀୟ ଶୃଙ୍ଖଳାରେ ସଫଳତା ପାଇଁ ସମ୍ମାନିତ ହେଉଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇବା ସହ ଏହା ସେମାନଙ୍କର ଭବିଷ୍ୟତ ଯାତ୍ରାରେ ମାଇଲଖୁଣ୍ଟ ହେଉ ଏବଂ ଆହୁରି ଅନେକ ସଫଳତା ପାଇଁ ପ୍ରେରଣା ଦେଉ ବୋଲି କାମନା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବାରେ ନିଷ୍ଠାପରତା ପାଇଁ ଅଧ୍ୟକ୍ଷ, ଅଧ୍ୟାପକ ଏବଂ ର୍କମଚାରୀଙ୍କର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ।
ଏହି ସମାରୋହରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ବକ୍ତବ୍ୟ ପ୍ରଦାନ କରିବା ସହିତ ସୈନିକ ସ୍କୁଲ ଭୁବନେଶ୍ୱରର ଗରିମା ତଥା ସଫଳତା ସଂପର୍କରେ ଆଲୋକପାତ କରିଥିଲେ । ଅବସରପ୍ରାପ୍ତ ମେଜର ଜେନେରାଲ ସୁଧାକର ଜୀ ଭିଏସ୍ଏସ୍, ନିରନ ଖୁଣ୍ଟିଆ ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସୈନିକ ସ୍କୁଲର ଅଧ୍ୟକ୍ଷ କର୍ଣ୍ଣେର୍ଲ ବାଲୁ ଭାରଥ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।