କଂଗ୍ରେସକୁ ଟାର୍ଗେଟ୍ କଲେ ମୋଦି

ସରଗରମ ବଜେଟ୍ ଅଧିବେଶନ । ଉଭୟ ଗୃହରେ କେନ୍ଦ୍ରକୁ ଟାର୍ଗେଟ୍ କରି ଫସିଯାଇଛି କଂଗ୍ରେସ । ପ୍ରଥମେ ଆଇଫୋନ୍କୁ ନେଇ ରାହୁଲ ଟାର୍ଗେଟ୍ କରିବାକୁ ଚେଷ୍ଟା କରିଥିଲେ ହେଲେ ଓଡ଼ିଶା କଳାହାଣ୍ଡିର ସାଂସଦ ମାଳବିକା ଦେବୀ ରାହୁଲଙ୍କୁ କହିଥିଲେ , ବିରୋଧୀ ଦଳ ନେତାଙ୍କ ଅଭିଭାଷଣ ଆଦୌ ବୋରିଂ ନୁହେଁ ବରଂ ଏଣ୍ଟରଟେନିଂ । ଚୀନ ସମ୍ପର୍କରେ ଯେତିକି ରିସର୍ଚ୍ଚ କରୁଛନ୍ତି ଯଦି ସେତିକି ଭାରତ ବିଷୟରେ କରନ୍ତେ ତାହାଲେ ଭଲ ହୁଅନ୍ତି । ସେପଟେ ରାଜ୍ୟସଭାରେ ମୋଦି କଂଗ୍ରେସ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ଆପଣଙ୍କୁ ଘରେ ବି ଏମିତି କହିନଥିବେ । ତେଣୁ ମୁଁ କହିଦେଉଛି । ଏପଟେ ସ୍ମିତହାସ୍ୟ ଦେଇ ଅଧ୍ୟକ୍ଷଙ୍କୁ କହିଥିଲେ ଆପଣ ବଢିଆ ମଜା ଉଠାଉଥିବେ । ମୋଦିଙ୍କ ଏହି କଥା ଶୁଣିବା ପରେ ଅଧ୍ୟକ୍ଷ ବି ସ୍ମିତ ହାସ୍ୟ ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇକୁ ଘୂରି ବୁଲୁଛି ।
ରାଜ୍ୟସଭାରେ କଂଗ୍ରେସକୁ ଟାର୍ଗେଟ୍ କରି ମୋଦି କହିଥିଲେ, ଖଡଗେ ସାହେବ ଗୃହରେ ବଢିଆ ବଢିଆ ସାୟରୀ ଶୁଣାନ୍ତି । ତାଙ୍କୁ ଏମିତି କରିବାକୁ ଭଲ ଲାଗେ । ମୁଁ ବି ଗୋଟିଏ ସାୟରୀ କେଉଁଠାରେ ପଢିଥିଲି । ସେଠାରେ କୁହାଯାଇଥିଲା ତମାସା କରନେ ୱାଲୋକୋ କ୍ୟା ଖବର…ହମନେ କିତନେ ତୋଫାନକୋ ପାର୍ କର ଦିଆ ଜଲାୟା । ଅର୍ଥ, ବିଭିନ୍ନ ପ୍ରସଙ୍ଗରେ ବିରୋଧ କରିବା ଠିକ୍ କଥା । ହେଲେ ଅପ୍ରସଙ୍ଗକୁ ପ୍ରସଙ୍ଗ କଲେ କୌଣସି ଲାଭ ମିଳେ ନାହିଁ । କାରଣ ଆମେ ଅପ୍ରସଙ୍ଗ କି ପ୍ରସଙ୍ଗ …ସମାଧାନ କରିବାର ସବୁ ରାସ୍ତା ବାହାର କରୁ । କଂଗ୍ରେସର ବରିଷ୍ଠ ନେତା ଖଡଗେ ଜୀଙ୍କୁ ମୁଁ ବହୁତ ସମ୍ମାନ କରେ । ଏତେ ଦିନ ନେତା ହେବା କିଛି ଛୋଟ କଥା ନୁହେଁ । ତାଙ୍କ ଜୀବନରେ ଅନେକ ସିଦ୍ଧି ହାସଲ କରଛନ୍ତି। ଏ କଥା ତାଙ୍କୁ ବୋଧହୁଏ ଘର ଲୋକ ବି କହିନଥିବେ । ହେଲେ ମୁଁ ଆଜି କହିଦେଲି । ଏସନ ଖଡଗେ ଜୀ ବହୁତ କବିତା ପଢୁଛନ୍ତି । ହେଲେ ସେ କବିତା କେବେ ଲେଖା ହୋଇଛି । ସେ ଜାଣିଛନ୍ତି…କଂଗ୍ରେସର ଆଜି ଯେଉଁ ଦୁର୍ଦ୍ଦଶା ସମସ୍ତେ ଜାଣିଛନ୍ତି । ହେଲେ ଦଳ ତାଙ୍କର ଏମିତି ସେ କିଛି କହିପାରିବେ ନାହିଁ । ତେଣୁ ସଂସଦରେ ଆସି କହୁଛନ୍ତି ।
ମୋଦି କହିଛନ୍ତି ଆଜି ମୁଁ ଗୋଟିଏ କବିତା ପଢିବି…ସେ ଶୁଣିବେ । କଂଗ୍ରେସର ଅବସ୍ଥା ସଙ୍ଗୀନ ଥିବା ବେଳେ ନୀରଜ ବାବୁ ଗୋଟିଏ କବିତା ଲେଖିଥିଲେ । ଅନ୍ଧାର ବହୁତ ହୋଇଗଲେ…ଏବେ ସୂର୍ଯ୍ୟ ଉଦୟର ସମୟ । ଯେଉଁ ସ୍ଥିତି ଥାଉ ନା କାହିଁକି ଏ ପାଣିପାଗ ବଦଳିବା ଦରକାର । ୧୯୭୦ରେ କଂଗ୍ରେସର ରାଜ ଚାଲିଥିଲା। ଏହି ସମୟରେ ନୀରଜ ବାବୁ ଆଉ ଗୋଟିଏ କବିତା ଲେଖିଥିଲେ । କହିଥିଲେ, ପୁଣି ଥରେ ଦୀପ ଜଳିବ । ମୋ ଦେଶ ଉଦାସ ହେବାର ଆବଶ୍ୟକତା ନାହିଁ । ଆମର ଅହୋ ଭାଗ୍ୟ କି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କହିଥିଲେ, ସୂର୍ଯ୍ୟ ପୁଣି ଥରେ ଉଦୟ ହେବ । ଅନ୍ଧାର ନିଶ୍ଚୟ ଯିବ । ପଦ୍ମ ଫୁଟିବ । ନୀରଜ ଜୀ ବିଜ୍ଞ ଥିଲେ, ତେଣୁ ସେ କହିଥିଲେ କଂଗ୍ରେସର ଯେତେଦିନ ଭାଗ୍ୟ ଭଲ ଥିବ ଦେଶର ଭାଗ୍ୟ ଖରାପ ରହିବ । ବୋଧହୁଏ ସେଇଥି ଲାଗି ଆଜି କଂଗ୍ରେସ କ୍ଷମତାରେ ନାହିଁ । ଅନେକ ସମୟରେ ଗୃହରେ କଂଗ୍ରେସକୁ ଟାର୍ଗେଟ୍ କରନ୍ତି ମୋଦି । ହେଲେ ଏଥର ବଜେଟ୍ ଅଧିବେଶନରେ ଗୀତରେ ଗୀତରେ ଯେମିତି ଟାର୍ଗେଟ୍ କଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସ ବି ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରିଛି ।