ଦେଶବାସୀଙ୍କୁ ମୋଦିଙ୍କ ଚିଠି
ମୋ ପ୍ରିୟ ଦେଶବାସୀଗଣ,
ନମସ୍କାର!
ସାରା ଦେଶରେ ନବରାତ୍ରୀ ଉସôବ ଆରମ୍ଭ ହୋଇଛି, ଏହି ଅବସରରେ ମୁଁ ଆପଣଙ୍କୁ ଓ ଆପଣଙ୍କ ପରିବାର ଲୋକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଏହି ପର୍ବ ଆପଣମାନଙ୍କ ପାଇଁ ସୁସ୍ଥତା, ସମୃଦ୍ଧି, ଆନନ୍ଦ ଓ ଶାନ୍ତିର ସନେ୍ଦଶ ନେଇ ଆସୁ ।ଚଳିତ ବର୍ଷ, ପାର୍ବଣ ଋତୁ ଅଧିକ ଖୁସିର ସନେ୍ଦଶ ନେଇ ଆସିଛି । ଆଜିଠୁ ଦେଶରେ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହୋଇଛି । ଏହା ସହିତ ସମଗ୍ର ଦେଶରେ ‘ଜିଏସଟି ବଚତ୍ ଉସôବ’ ବା ‘ଜିଏସଟି ସଞ୍ଚୟ ଉସôବ’ ଆରମ୍ଭ ହୋଇଛି । ଚାଷୀ, ମହିଳା, ଯୁବବର୍ଗ, ଗରିବ, ମଧ୍ୟବିତ୍ତ, ବ୍ୟବସାୟୀ ଏବଂ ଏମଏସଏମଇ ସମାଜର ପ୍ରତ୍ୟେକ ବର୍ଗ ପାଇଁ ଏହି ସଂସ୍କାର ପ୍ରତ୍ୟକ୍ଷ ରୂପେ ଲାଭଦାୟକ ହେବ । ଏହା କେବଳ ସେମାନଙ୍କ ସଞ୍ଚୟକୁ ବୃଦ୍ଧି କରିବ ନୁହେଁ, ବରଂ ଅଧିକ ଅଭିବୃଦ୍ଧି ଓ ନିବେଶକୁ ପ୍ରୋସôାହନ ଦେବ । ଏହାର ପରିଣାମସ୍ୱରୂପ ପ୍ରତ୍ୟେକ ରାଜ୍ୟ ଓ ଅଞ୍ଚଳର ପ୍ରଗତି ତ୍ୱରାନ୍ୱିତ ହେବ । ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାରର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି, ଏଥିରେ ମୁଖ୍ୟତଃ ୫ ପ୍ରତିଶତ ଏବଂ ୧୮ ପ୍ରତିଶତର ଦୁଇଟି ସ୍ଲାବ୍ ରହିଛି ।
ବିଭିନ୍ନ ଦୋକାନୀ ଓ ବ୍ୟବସାୟୀମାନଙ୍କ ଦ୍ୱାରା ‘ପୂର୍ବରୁ’ ଏବଂ ‘ବର୍ତ୍ତମାନ’ ଟିକସ ବୋର୍ଡ ପ୍ରଦର୍ଶନ କରାଯିବା ଅତ୍ୟନ୍ତ ଉସôାହଜନକ । ଏହି ବୋର୍ଡଗୁଡ଼ିକରେ ସଂସ୍କାର ପୂର୍ବରୁ ଏବଂ ସଂସ୍କାର ପରେ ଲାଗୁଥିବା ଟିକସ ହାରର ସ୍ପଷ୍ଟ ତୁଳନାତ୍ମକ ସୂଚନା ଦିଆଯାଇଛି । ଏହାସହିତ ଆମେ ଆୟକରରେ ବ୍ୟାପକ ହ୍ରାସ କରି ଆମର ମଧ୍ୟବିତ୍ତ ବର୍ଗଙ୍କ ହାତମୁଠାକୁ ମଧ୍ୟ ମଜଭୁୁତ କରିଛୁ, ଯେଉଁଥିରେ ବାର୍ଷିକ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରାଯାଇଛି । ଯଦି ଆମେ ଆୟକର ରିହାତି ଏବଂ ପରବର୍ତ୍ତୀ ପିଢିର ଜିଏସଟି ସଂସ୍କାରକୁ ମିଶାଇବା, ତେବେ ଏହା ଲୋକମାନଙ୍କ ପାଇଁ ପାଖାପାଖି ୨.୫ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବ । ଆମର କ୍ଷୁଦ୍ର ଶିଳ୍ପ, ଦୋକାନୀ, ବ୍ୟବସାୟୀ, ଉଦ୍ୟୋଗୀ ଓ ଏମଏସଏମଇ ମାନେ ମଧ୍ୟ ଏବେ ଅଧିକ ସହଜରେ ବ୍ୟବସାୟ କରିପାରିବେ ଏବଂ ସେମାନଙ୍କ ପାଇଁ ଟିକସ ନିୟମ ଅନୁପାଳନ ସହଜ ହେବ । ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ହେଉଛି ଆମର ସାମୂହିକ ଲକ୍ଷ୍ୟ । ଏହାକୁ ହାସଲ କରିବା ପାଇଁ ଆତ୍ମନିର୍ଭରଶୀଳତାର ମାର୍ଗରେ ଅଗ୍ରସର ହେବା ଅତ୍ୟନ୍ତ ଜରୁରୀ । ଏହି ସଂସ୍କାରଗୁଡ଼ିକ ଆମର ସ୍ଥାନୀୟ ଉତ୍ପାଦନ ଆଧାରକୁ ମଜଭୁତ କରିବା ସହିତ ଆତ୍ମନିର୍ଭର ଭାରତ ଆଡ଼କୁ ପଥ ପ୍ରଶସ୍ତ କରିବ । ଅନୁରୂପ ଭାବେ, ଏହି ପାର୍ବଣ ଋତୁରେ ଆମେ ସମସ୍ତେ ‘ଭାରତରେ ତିଆରି’ ଉତ୍ପାଦକୁ ସମର୍ଥନ କରିବାର ସଂକଳ୍ପ ନେବା ଆବଶ୍ୟକ । ଏହାର ଅର୍ଥ ହେଉଛି, ବ୍ରାଣ୍ଡ କିମ୍ବା କମ୍ପାନୀ ନିର୍ବିଶେଷରେ, ଭାରତୀୟଙ୍କ ଝାଳବୁହା କଠିନ ପରିଶ୍ରମରେ ତିଆରି ସ୍ୱଦେଶୀ ଉତ୍ପାଦକୁ କିଣିବା ଏବଂ ପ୍ରୋସôାହନ ଦେବା । ମୁଁ ଆମର ଦୋକାନୀ ଏବଂ ବ୍ୟବସାୟୀମାନଙ୍କୁ ଭାରତରେ ନିର୍ମିତ ଉତ୍ପାଦ ବିକ୍ରୟ କରିବାକୁ ନିବେଦନ କରୁଛି ।
ଚାଲନ୍ତୁ ଗର୍ବର ସହିତ କହିବା - ଆମେ କିଣୁ ସ୍ୱଦେଶୀ ।
ଚାଲନ୍ତୁ ଗର୍ବର ସହିତ କହିବା - ଆମେ ବିକୁ ସ୍ୱଦେଶୀ ।
ମୁଁ ରାଜ୍ୟ ସରକାରମାନଙ୍କୁ ଶିଳ୍ପ, ଉତ୍ପାଦନ ଏବଂ ନିବେଶ ପରିବେଶରେ ଉନ୍ନତି ଆଣିବାକୁ ମଧ୍ୟ ଅନୁରୋଧ କରୁଛି । ପୁଣିଥରେ, ମୁଁ ଆପଣମାନଙ୍କୁ ଏବଂ ଆପଣଙ୍କ ପରିବାରକୁ ‘ଜିଏସଟି ସଞ୍ଚୟ ମହୋସôବ’ ମାଧ୍ୟମରେ ଏକ ସୁଖମୟ ନବରାତ୍ରୀ ତଥା ଖୁସି ଓ ସଞ୍ଚୟରେ ପରିପୂର୍ଣ୍ଣ ପାର୍ବଣ ଋତୁର ଶୁଭକାମନା ଜଣାଉଛି ବୋଲି ମୋଦି କହିଛନ୍ତି ।